ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଜେପି କୋର୍‌ କମିଟି ବୈଠକରେ ରାଜ୍ୟ ନୂଆ ସଭାପତିଙ୍କ ନାଁ ଚୂଡ଼ାନ୍ତ, ଦୁଇ ଦିନରେ ଔପଚାରିକ ଘୋଷଣା

Published By : Prameya | February 15, 2025 10:41 AM

ଭୁବନେଶ୍ୱର,୧୫/୦୨: କେନ୍ଦ୍ରର ଶୀର୍ଷ ନେତୃତ୍ୱ ନାଁ ଚୂଡ଼ାନ୍ତ  କରି ସାରିଛନ୍ତି । କେବଳ ଘୋଷଣା ଅପେକ୍ଷା ଅଛି । ଦିନେ ବା ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାଁ  ଘୋଷଣା କରାଯିବ । କୋର୍‌  କମିଟି ବୈଠକରେ ଏହା ଉପରେ  ବିସ୍ତୃତ ଆଲୋଚନା ହୋଇଛି । ଖାଲି ରାଜ୍ୟ ସଭାପତି ନୁହେଁ, ବାକି ଥିବା  ୧୪ ସାଂଗଠନିକ ଜିଲ୍ଲା ଉପରେ  ଆଲୋଚନା ହୋଇଛି । ସରକାର  ଓ ସଂଗଠନ ଭିତରେ କିଭଳି ଉପଯୁକ୍ତ ସମନ୍ୱୟ ରହିବ ସେ  ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି । 

ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ  କୋର୍‌ କମିଟି ବୈଠକ ବସିଥିଲା । ଏଥିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍‌ ସାମିଲ ହୋଇଥିଲେ । ଓଡ଼ିଶା ପ୍ରଭାରୀ ବିଜୟପାଲ  ସିଂ ତୋମାର, ରାଜ୍ୟ ସଭାପତି  ମନମୋହନ ସାମଲ, ସଂଗଠନ  ମନ୍ତ୍ରୀ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ  ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ  ପୂଜାରୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ,  ବୈଜୟନ୍ତ ପଣ୍ଡା ଓ କୋର୍‌ କମିଟିର  ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଦଳୀୟ ସଂଗଠନକୁ କିଭଳି  ସୁଦୃଢ଼ କରାଯିବ ସେ ଉପରେ  ବୈଠକରେ ଜୋର୍‌ ଦିଆଯାଇଥିଲା ।  ଆଗକୁ ପଞ୍ଚାୟତ ନିର୍ବାଚନ ହେବ ।  ଏହାପୂର୍ବରୁ ପ୍ରତି ଗାଁରେ ଦଳର  ସଂଗଠନକୁ ମଜଭୁତ କରିବା ଏବଂ  ୱାର୍ଡୱାରୀ ନେତା ଓ କର୍ମୀଙ୍କୁ ଏକଜୁଟ୍‌  କରି ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ  କରିବାକୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଚୁଘ୍‌ ପରାମର୍ଶ ଦେଇଥିଲେ ।  

ସରକାର ଓ ଦଳ ହେଉଛି ଗୋଟିଏ  ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟଙ୍କ  ମଧ୍ୟରେ ଯେଭଳି ଉତ୍ତମ ସମନ୍ୱୟ  ରହିବ ସେଥିପାଇଁ ଯୋଜନା ପ୍ରସ୍ତୁତ  ହୋଇଛି । ଦଳ ଦେଇଥିବା ପ୍ରତିଶ୍ରୁତି  ପୂରଣ କରିବା ଓ ଲୋକଙ୍କ ସେବାକୁ  ଗୁରୁତ୍ୱ ଦେଇ କାମ କରିବାକୁ ସେ  ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।  କେନ୍ଦ୍ର ବଜେଟ୍‌ର ଲୋକାଭିମୁଖୀ  ଦିଗକୁ ଅଧିକରୁ ଅଧିକ ପ୍ରଚାର  ଓ ପ୍ରସାର କରିବାକୁ କୁହାଯାଇଛି । ବୈଠକରୁ ବାହାରି ଦଳୀୟ  ସାଂଗଠନିକ ନିର୍ବାଚନ ଅଧିକାରୀ  ପ୍ରତାପ ଷଡ଼ଙ୍ଗୀ କହିଥିଲେ, ଦିଲ୍ଲୀ  ନିର୍ବାଚନ ପାଇଁ ରାଜ୍ୟ ସଭାପତି ନା  ଘୋଷଣା ବିଳମ୍ବିତ ହୋଇଥିଲା ।  

ଆସନ୍ତା ଦିନେ ବା ଦୁଇ ଦିନ ଭିତରେ  ବିଜେପି ରାଜ୍ୟ ସଭାପତିଙ୍କ ନାମ  ଘୋଷଣା କରାଯିବ । ସଭାପତି କିଏ  ହେବେ ତାହା ଦଳ ନିଷ୍ପତ୍ତି ନେବ । କୋର୍‌ କମିଟି ବୈଠକ ପରେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି, ବୈଠକରେ ବିଭିନ୍ନ  ନିଗମ, ବୋର୍ଡ, କମିଶନ ଓ ଜିଲ୍ଲା ଯୋଜନା ବୋର୍ଡରେ ନିଯୁକ୍ତି ନେଇ  ଆଲୋଚନା ହୋଇଛି । ଫେବ୍ରୁଆରୀ  ମାସ ଶେଷ ସୁଦ୍ଧା ଚୟନ ଓ  ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ସାଂଗଠନିକ ନିର୍ବାଚନ ଓ ରାଜ୍ୟ  ସଭାପତି ଚୟନ ସମେତ ଅନ୍ୟ  ଗୁରୁପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା  ହୋଇଛି । ଆଠ ମାସରେ ସରକାରଙ୍କ ବିଭିନ୍ନ କାମକୁ ନେଇ ଟିକିନିଖି  ଆଲୋଚନା ହୋଇଛି । ସରକାର ଓ  ସଂଗଠନ ଭିତରେ କିଭଳି ସମନ୍ୱୟ  ରହିବ ସେଥିପାଇଁ କାମ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.