ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଲୋକସଭା ନିର୍ବାଚନରେ କେତେ ଖର୍ଚ୍ଚ କରିଛି ବିଜେପି ? ECଙ୍କୁ ଦେଲା ରିପୋର୍ଟ

Published By : Tapas Panda | January 31, 2025 7:49 PM

Image Courtesy: ndtv

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) କେତେ ଖର୍ଚ୍ଚ କରିଥିଲା ସେନେଇ ଶୁକ୍ରବାର ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟ ଅନୁସାରେ, ଗତ ଲୋକସଭା ନିର୍ବାଚନରେ ବିଜେପି ମୋଟ ୧୭୩୭.୬୮ କୋଟି ଟଙ୍କା ଖର୍ଚ୍ଚ କରିଛି ।  ଏହି ଅର୍ଥକୁ ଦଳ ଦୁଇ ଭାଗରେ ବିଭକ୍ତ କରିଛି । ଦଳୀୟ ପ୍ରଚାର ପ୍ରସାର ଲାଗି ୮୮୪.୪୫ କୋଟି ଟଙ୍କା  ଏବଂ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀଙ୍କୁ ୮୫୩.୨୩ କୋଟି ଟଙ୍କା ଦେଇଥିଲା ବିଜେପି । ମିଡିଆରେ ବିଜ୍ଞାପନ, ଏସଏମଏସ୍‌, ଓ୍ବେବସାଇଟ୍‌ ଏବଂ ଟିଭି ଚ୍ୟାନେଲ୍‌ରେ କଣ୍ଟେଣ୍ଟ ପ୍ରସାରଣ ଲାଗି ଦଳ ପକ୍ଷରୁ ୬୧୧.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇ ଥିବା ବେଳେ ପୋଷ୍ଟର, ବ୍ୟାନର, ହୋର୍ଡିଂସ୍‌ ଏବଂ ପତାକା ଲଗାଇବାରେ ଦଳ ୫୫.୭୫ କୋଟି ଟଙ୍କା ଲଗାଇଥିଲା । 

ସେହିଭଳି ଜନ ସମାବେଶ, ରାଲି, ଶୋଭାଯାତ୍ରା, ଷ୍ଟେଜ୍, ବ୍ୟାରିକେଡସ୍‌ ଏବଂ ଗାଡ଼ି ପାଇଁ ୧୯.୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।  ଦଳ ମୁଖ୍ୟାଳୟ ଷ୍ଟାର ପ୍ରଚାରକମାନଙ୍କ ଭ୍ରମଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ୧୬୮.୯୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଅନ୍ୟ ନେତାଙ୍କ ଭ୍ରମଣ ବାବାଦକୁ ୨.୫୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବିଜେପି ।  ଲାଗାତର ତୃତୀୟ ଥର ଲୋକସଭା ନିର୍ବାଚନରେ ବିଜୟୀ ହୋଇ କେନ୍ଦ୍ରରେ ସରକାର କରିଥିବା ବିଜେପି ପ୍ରଚାର ପ୍ରସାର ଲାଗି ଅଧିକ ଖର୍ଚ୍ଚ କରିଛି । ଏନେଇ ଦଳ ପକ୍ଷରୁ ଇସିଙ୍କୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । 

ସେପଟେ କଂଗ୍ରେସ ୨୦୨୪ ଲୋକସଭା ଏବଂ ୪ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଲାଗି ୫୮୪.୬୫ କୋଟି ଟଙ୍କ ଖର୍ଚ୍ଚ କରିଥିଲା । ଏନେଇ ନିର୍ବାଚନ ଆୟୋଗ ଅକ୍ଟୋବରରେ ପ୍ରକାଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।  ତେବେ ବିଜେପି ବିଳମ୍ବରେ ଇସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିବାରୁ ଦୁଃଖ ପ୍ରକାଶ କରିଛି ।  ନିର୍ବାଚନ ଶେଷ ହେବାର ୯୦ ଦିନ ଭିତରେ ଖର୍ଚ୍ଚ ସଂପର୍କରେ ସବୁ ଦଳଗୁଡ଼ିକୁ ଇସିଙ୍କୁ ତଥ୍ୟ ଦେବା ପାଇଁ ଗାଇଡ୍‌ ଲାଇନ୍‌ ରହିଛି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.