ହରଭଙ୍ଗା,୨୮।୫ :  ବୌଦ୍ଧ ଜିଲ୍ଲା  ବିଜେପି ତରଫରୁ  ଏକ ଉଚ୍ଚ ସ୍ତରୀୟ  ପ୍ରତିନିଧି ମଣ୍ଡଳୀ ଖୋର୍ଦ୍ଧା,- ବଲାଙ୍ଗୀର ରେଳ ପ୍ରକଳ୍ପ ର  ୪ ନମ୍ବର ଟନେଲ ର ଅଡ଼େନିଗଡ଼  ଠାରେ  ହୋଇଥିବା ଗର୍ତ୍ତ ପରିଦର୍ଶନ କରିଛନ୍ତି। ଏଥିସହ  ଇଷ୍ଟକୋଷ୍ଟ ରେଳ ଉପ ମୁଖ୍ୟ ଯନ୍ତ୍ରୀ ରବି ପ୍ରକାଶ ଯାଦବ ଙ୍କ ସହିତ ଆଲୋଚନା କରିଚନ୍ତି।  

ରେଳ  ଲାଇନ ତିଆରି କରୁଥିବା ଠିକା ସଂସ୍ଥା ର କର୍ମଚାରୀ ଓ ମୁଖ୍ୟମାନଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ ଓ ଆଲୋଚନା କରାଯାଇଥିଲା l ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟକ୍ରମ ଚାଲୁଥିବାର ଦେଖିବାକୁ ମିଳିଥିଲା ।    ଏହି ପ୍ରତିନିଧି ମଣ୍ଡଳରେ ପ୍ରେମାନନ୍ଦ ମିଶ୍ର ଜିଲ୍ଲା ବିଜେପି ସଭାପତି ବୌଦ୍ଧ, ବିପ୍ର ଚରଣ ମହାନ୍ତି ସେବା ନିବୃତ୍ତ ଓଡିଶା ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ବୌଦ୍ଧ, ତାପସ କୁମାର ପଟନାୟିକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ, ରବି ପ୍ରଧାନ ଜିଲ୍ଲା ଉପ ସଭାପତି, ଶ୍ୟମାସୁନ୍ଦର ପୁରୋହିତ ଜିଲ୍ଲା ଉପସଭାପତି, ରାଜକୁମାର ମେହେର ଓ ବ୍ୟୋମକେଶ ମହାପାତ୍ର ପୂର୍ବତନ ନଗର ମଣ୍ଡଳ ସଭାପତି ଉପସ୍ଥିତ ଥିଲେ l