ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କମ୍‌ବ୍ୟାକ୍‌ ହେବ ତ ଏମିତି ! ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗୃହରୁ ବିଦା ହେଉଥିଲେ, ଏବେ ସେହି ଚୌକିରେ ବସିଲେ ବିଜେନ୍ଦର ଗୁପ୍ତା

Published By : Tapas Panda | February 24, 2025 6:31 PM

ନୂଆଦିଲ୍ଲୀ: ବିଜେପି ନେତା ବିଜେନ୍ଦର ଗୁପ୍ତା ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିଛି । ଏହା ସହ ସୋମବାର ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଥମେ ଶପଥ ନେବା ପରେ ତାଙ୍କର ଛଅ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ଏହା ପରେ ବାକି ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି । ବିଧାୟକମାନେ ବନ୍ଦେ ମାତରମ୍ ଗାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ।   ଦିଲ୍ଲୀ ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ବିଜେନ୍ଦର ଗପ୍ତା । ଦିଲ୍ଲୀ ଏବଂ ବିଜେନ୍ଦର ଗୁପ୍ତାଙ୍କ ସଂପର୍କ ବହୁ ପୁରୁଣା ଏବଂ ନିଆରା । ଦିନେ ବିଧାନସଭାର ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ମାର୍ଶଲଙ୍କ କାନ୍ଧରେ ବୁହା ହୋଇ ବାହାରକୁ ଯାଉଥିବା ବିଜେପି ବିଧାୟକ ବିଜେନ୍ଦର ଗୁପ୍ତା ଆଜି ଖୋଦ ବାଚସ୍ପତି । 

ବିଜେନ୍ଦର ଗୁପ୍ତାଙ୍କୁ ଥରେ ନୁହେଁ ବରଂ ଅନେକ ଥର ଗୃହରୁ ବାହାର କରାଯାଇଛି । ୨୦୧୫ରେ ଆମ ଆଦମୀ ପାର୍ଟି ବିରୋଧରେ ବିଜେପି ଦିଲ୍ଲୀରେ କେବଳ ତିନୋଟି ଆସନ ଜିତିଥିଲା । ଏହା ସତ୍ତ୍ବେ ବିଜେପି ବିରୋଧୀ ଦଳରେ ରହି ଆପ୍‌ ସରକାରଙ୍କୁ ପାଣି ପିଆଇ ଦେଇଥିଲା । ବିଜେନ୍ଦର ଗୁପ୍ତା ସେତେବେଳେ ବିଧାୟକ ଥିଲେ ଏବଂ ସେ ଅନେକ ପ୍ରସଙ୍ଗ ଗୃହରେ ଉଠାଉଥିଲେ । 

୨୦୧୭ ରେ, ବିଧାନସଭାରେ ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା ଜମି ଦୁର୍ନୀତିର ଦସ୍ତାବିଜ ଧରି ପହଞ୍ଚିଥିଲେ ଏବଂ ଗୃହରେ ଏହା ଉପରେ ବିତର୍କ ପାଇଁ ଦାବି କରିଥିଲେ । କିନ୍ତୁ ବିଧାନସଭା ବାଚସ୍ପତି ଏହାକୁ ଅନୁମତି ଦେଇ ନଥିଲେ । ବିଜେପିର ମୁଲତବୀ ପ୍ରସ୍ତାବ ମଧ୍ୟ ଖାରଜ ହୋଇଥିଲା । ଏହାକୁ ବିରୋଧ କରି ବିଜେପି ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପ୍ରଥମେ ବିଜେନ୍ଦର ଗୁପ୍ତାଙ୍କ ମାଇକ୍ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ଚୁପ୍ ରହିବାକୁ କହିଥିଲେ । ଏହାକୁ ଖାତିର ନକରି ବିଜେନ୍ଦର ଗୁପ୍ତା ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ମାର୍ଶାଲ ତାଙ୍କୁ ଗୃହରୁ ବାହାର କରି ଦେଇଥିଲେ।

ଆପ୍‌ ଲହର ସମୟରେ ମଧ୍ୟ ବିଜେନ୍ଦର ଗୁପ୍ତା ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଥିଲେ । ଦିଲ୍ଲୀରେ ବିଜେପି ପାଖରେ କେବଳ ୩ଟି ଆସନ ଥିଲା ଏବଂ ସେଥିମଧ୍ୟରୁ ଗୋଟିଏ ଆସନରେ ଜିତିଥିଲେ ବିଜେନ୍ଦର ଗୁପ୍ତା । ସେ ୨୦୧୫, ୨୦୨୦, ୨୦୨୫ ରେ ରୋହିଣୀରୁ ଲଗାତାର ବିଜୟୀ ହୋଇଛନ୍ତି । ୨୦୨୦ରେ ବିଜେନ୍ଦର ଗୁପ୍ତା ରୋହିଣୀ ଆସନରୁ ୧୨ ହଜାରରୁ ଅଧିକ ଭୋଟରେ ଜିତିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.