ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଜେପି ନେତାଙ୍କୁ ହତ୍ୟା ଘଟଣା: ପୁଣି ଥରେ ରିମାଣ୍ଡରେ ଆସିବ ଅଭିଯୁକ୍ତ, ମିଛ ଧରା ପରୀକ୍ଷା କରାଇବ ପୁଲିସ

Published By : Prameya | January 10, 2025 9:33 AM

ସମ୍ବଲପୁର,୧୦/୦୧: ଆ.କଟାପାଲିରେ ଦୁର୍ଘଟଣା କରି ବିଜେପି ନେତାଙ୍କୁ ହତ୍ୟା ଘଟଣାର ରହସ୍ୟ ଖୋଲିବାକୁ ଅଭିଯୁକ୍ତର ହେବ ପଲିଗ୍ରାଫ୍‌  ପରୀକ୍ଷା । ବାରମ୍ବାର  ବୟାନ ପରିବର୍ତ୍ତନ  କରୁଥିବାରୁ ପଲିଗ୍ରାଫ୍‌  ସହ ମାନସିକ ସ୍ୱାସ୍ଥ୍ୟ  ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି  ସମ୍ବଲପୁର ଉତ୍ତରାଞ୍ଚଳ ପୁଲିସ୍‌ ଆଇଜି ହିମାଂଶୁ ଲାଲ୍‌ ।  

ଗୁରୁବାର ୩ ଦିନଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ପ୍ରସନ୍ନ କୁମାର ଜେନାମଣୀକୁ କୋର୍ଟରେ  ହାଜର କରିଥିଲା ବୁର୍ଲା ପୁଲିସ । ଏହାସହ ଅଧିକ  ତଦନ୍ତ କରିବାକୁ ଅଭିଯୁକ୍ତର ପଲିଗ୍ରାଫ୍‌ ପରୀକ୍ଷା  କରାଯିବ । ୩ ଦିନ ମଧ୍ୟରେ କୌଣସି ସଠିକ୍‌ ତଥ୍ୟ  ମିଳିନଥିବାରୁ ପୁଲିସ୍‌ ଅଧିକ ତଦନ୍ତ କରିବାକୁ  ଚାହୁଁଛି । ଅଭିଯୁକ୍ତ ଜେନାମଣୀ ହତ୍ୟାକାଣ୍ଡକୁ ଭିନ୍ନ  ଭିନ୍ନ ପ୍ରତିକ୍ରିୟା ଦେଉଛି । ପ୍ରଥମେ କହିଲା, ନିଦରେ ଗାଡ଼ି ଚଢ଼ିଯାଇଥିଲା । ପୁଣିଥରେ ପ୍ରଶ୍ନ କରିବାରୁ  କହିଥିଲା, ଅନ୍ୟ କେହି  ଡରାଇ ଧମକାଇବାରୁ ସେ  ଏଭଳି କାଣ୍ଡ କରିଥିଲା । 

ଅନ୍ୟମାନେ ଝଗଡ଼ା  କରିଥିଲେ, କିନ୍ତୁ ଏମାନଙ୍କୁ ଭୁଲରେ ମୋ ଗାଡି ଧକ୍କା  ଦେଇଥିଲା । ପୁଣି ଥରେ ପ୍ରତିକ୍ରିୟା ରଖି କହିଥିଲା,  ପ୍ରଥମ ଥର ଭୁଲରେ କାର୍‌ରେ ହାଇୱାଟି ବାଜିଥିଲା ।  ପରେ ଆଖି ଲାଗିବାରୁ ଦ୍ୱିତୀୟ ଥର କାରରେ  ଲାଗିଥିଲା । ଶେଷରେ ସର୍ଭିସ୍‌ ରୋଡ୍‌କୁ ଭୁଲରେ  ଯାଇ ଗାଡ଼ିରେ ଧକ୍କା ହୋଇଯାଇଥିଲା । ତେଣୁ  ଏଭଳି ବୟାନ ଦେଉଥିବାରୁ ପୁଲିସ୍‌ ପଲିଗ୍ରାଫ୍‌ ଟେଷ୍ଟ୍‌  କରିବାକୁ କୋର୍ଟରେ ଆଦେବନ କରିବ । ଏହାସହ  ଅଭିଯୁକ୍ତର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ।  କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାଉପରେ  ଅଧିକ ଖୋଳତାଡ଼ କରିବାକୁ ଆଉଥରେ ରିମାଣ୍ଡରେ  ନିଆଯିବ ବୋଲି ଆଇଜି ହିମାଂଶୁ ଲାଲ୍‌ କହିଛନ୍ତି ।  

ଗତ ଶନିବାର ୪ ତାରିଖ ରାତି(ଇଂରାଜୀ କ୍ୟାଲେଣ୍ଡର  ଅନୁସାରେ ୫ ତାରିଖ) ପ୍ରାୟ ଗୋଟାଏ ବେଳେ ବୁର୍ଲା  ଆ.କଟାପାଲି ଅଞ୍ଚଳରେ କାର୍‌କୁ ହାଇୱା ଧକ୍କା ଦେବାରୁ  ୨ ଜଣ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବିଜେପିର ଗୋଶାଳା ମଣ୍ଡଳ ସଭାପତି  ଦେବେନ୍ଦ୍ର ନାୟକ(୫୫) ଓ କର୍ଡୋଲା ପଞ୍ଚାୟତର  ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନେତା ମୂରଲୀଧର  ଛୁରିଆ(୬୨) । ଏହି ଘଟଣାରେ ହାଇୱା ଚାଳକ ପ୍ରସନ୍ନ  କୁମାର ଜେନାମଣୀଙ୍କୁ ପୁଲିସ୍‌ ଗିରଫ କରିଛି । କୋର୍ଟ  ଚାଲାଣ ପରେ ୭ ଦିନିଆ ରିମାଣ୍ଡ ପୁଲିସ୍‌ ଆବେଦନ  କରିଥିଲା । ହେଲେ ୩ ଦିନ ରିମାଣ୍ଡ ପାଇଁ ଅନୁମତି  ଦେଇଥିଲେ କୋର୍ଟ । ଯାହାକି ଆଜି ରିମାଣ୍ଡ ଶେଷ  ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.