ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଏବେ ହେବନି ବିଜେପି ଅଧ୍ୟକ୍ଷ ନିର୍ବାଚନ, କାର୍ଯ୍ୟ ଜାରି ରଖିବେ ଜେ.ପି ନଡ୍ଡା

Published By : Tapas Panda | April 28, 2025 6:23 PM

Image Courtesy: ndtv

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଏବେ ହେବ ନାହିଁ । ଦଳର ଶୀର୍ଷ ୟୁନିଟ୍ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ଅଧ୍ୟକ୍ଷ ପଦ ପାଇଁ କେବେ ନିର୍ବାଚନ ହେବ ତାହା ପରେ ଘୋଷଣା କରାଯିବ। ବିଜେପି ମେ’ ମାସରେ ଏହାର ସଭାପତି ନିର୍ବାଚନ କରିବାକୁ ଯୋଜନା କରୁଥିଲା, କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ସୂତ୍ର ଅନୁସାରେ ବିଜେପି ବର୍ତ୍ତମାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛି । ଫଳରେ ଜଗତ ପ୍ରକାଶ ନଡ୍ଡା ଦଳର ରାଷ୍ଟ୍ରୀୟ ସଭାପତି ରହିବେ । 

ନଡ୍ଡା ୨୦୨୦ ମସିହାରୁ ବିଜେପିର ରାଷ୍ଟ୍ରୀୟ ସଭାପତି ପଦରେ ଅଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ ବିଜେପି ସଂଗଠନର ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା କୁହାଯାଉଛି । ବିଜେପି ବର୍ତ୍ତମାନ କେନ୍ଦ୍ରରେ କ୍ଷମତାରେ ଅଛି ଏବଂ ଦଳ ଏହି ସମସ୍ୟାର ସଠିକ୍ ସମାଧାନ କରିବାକୁ ଚେଷ୍ଟା କରୁଛି । ପହଲଗାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆତଙ୍କବାଦୀମାନଙ୍କୁ ନିପାତ କରାଯିବା ଉଚିତ । ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ଶାସ୍ତି ଦିଆଯିବ । 

୨୦୧୯ରେ ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେବା ପରେ ଜଗତ ପ୍ରକାଶ ନଡ୍ଡା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ପରେ ନଡ୍ଡାଙ୍କ ଇସ୍ତଫା ବିଷୟରେ ଆଲୋଚନା ହେଉଥିଲା । କିନ୍ତୁ କୌଣସି ନିର୍ବାଚନ ନ ହେବା ଯୋଗୁଁ ସେ ଏବେ ବି ଅଧ୍ୟକ୍ଷ ପଦରେ ଅଛନ୍ତି। 

ନଡ୍ଡାଙ୍କ ପରେ କିଏ ହେବେ ନୂତନ ଅଧ୍ୟକ୍ଷ ? ଏହି ପ୍ରସଙ୍ଗକୁ ନେଇ ଏବେ ବି ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଗତ ୬ ମାସ ମଧ୍ୟରେ ବିଜେପି ସଭାପତି ପଦ ପାଇଁ ଗଣମାଧ୍ୟମରେ ଅନେକ ନାଁକୁ ନେଇ ଆଲୋଚନା ହୋଇଛି । ହେଲେ ନିର୍ବାଚନ ପରେ ଏହା ଉପରୁ ପରଦା ଉଠିବ । ବିଜେପି ସମ୍ବିଧାନ ଅନୁଯାୟୀ ରାଜ୍ୟଗୁଡ଼ିକରେ ନିର୍ବାଚନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ । ୧୯୮୦ରେ ଦଳ ଗଠନ ହେବା ପରଠାରୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସର୍ବସମ୍ମତିକ୍ରମେ ହୋଇଆସିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.