କେନ୍ଦୁଝର ସଦର ୧୧/୬: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହୋଇଥିବା ସଙ୍କଳ୍ପ ସମାବେଶ ସଭା ଅବସରରେ କେନ୍ଦୁଝର ଜିଲ୍ଲା ସଦର ନିର୍ବାଚମଣ୍ଡଳୀର ରାଇସୁଆଁ ମଣ୍ଡଳ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ଠାରେ ମଣ୍ଡଳ ସଭାପତି ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଂକଳ୍ପ ସମାବେଶ ସଭା ଆୟୋଜିତ ହୋଇଯାଇଛି। ସେବା ସୁଶାସନ ଗରିବ କଲ୍ୟାଣକାରୀ ଯୋଜନା କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସଵ ପାଳନ ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପ ସଭାପତି ଗୋପୀନାଥ ରାମ ଯୋଗ ଦେଇ ସୁଭଦ୍ରା, ଆୟୁଷ୍ମାନ ଭାରତ, ଚାକିରୀ କ୍ଷେତ୍ରରେ ବୟସ ସୀମା ବୃଦ୍ଧି, ଚାଷୀଙ୍କୁ ୮ ଶହ ବୋନସ ଭଳି ୧୧ ଟି ଯୋଜନାର ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ କଥା ଦେଇ କଥା ରଖିଲେ ମୋହନ ସରକାର ଏକ ବର୍ଷରେ ଅନେକ ପୂରଣ ହୋଇଛି।
ଗତ ନିର୍ବାଚନ ସମୟରେ ବାଉରିପଦା ପଞ୍ଚାୟତ ଭାରତୀୟ ଜନତା ପାର୍ଟିକୁ ଅଧ୍ଭୂତ ସଫଳତା ଦେଇଛି । ବାଉରିପଦା ପଞ୍ଚାୟତ ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ରାମ। କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀର ସଂଯୋଜକ ବିବେକାନନ୍ଦ ମହାନ୍ତ, ସଦର ବ୍ଲକ ମୁଖ୍ୟ ମନ୍ତ୍ରୀ ପ୍ରତିନିଧି ଧନୁର୍ଜୟ ମହାନ୍ତ, ସ୍ଥାନୀୟ ସରପଞ୍ଚ ବିନୋଦିନୀ ଦେହୁରୀ, ମହାଦେଇ ଯୋଡା ସରପଞ୍ଚ ରମେଶ ଚନ୍ଦ୍ର ମୁଣ୍ଡା, ମଣ୍ଡୁଆ ସମିତି ସଭ୍ୟା କିରଣଵାଳା ନାୟକ ସମେତ ଅନେକ ଆଗଧାଡିର ବିଜେପି ପଦାଧିକାରୀ ଉପସ୍ଥିତ ରହି ସଭାକୁ ସଫଳ କରିଛନ୍ତି।