କୋଲକାତା,୨୫।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ କମିଶନ ଏବଂ ବିଜେପିକୁ କରିଛନ୍ତି ଜୋରଦାର ଟାର୍ଗେଟ। ବନଗାଓଁରେ ଏକ ରାଲିରେ ସେ କହିଛନ୍ତି, ନିର୍ବାଚନ କମିଶନ ଏକ ନିରପେକ୍ଷ ସଂସ୍ଥା ହୋଇ ନରହି ‘ବିଜେପି କମିଶନ’ ହୋଇଯାଇଛି। ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସଆଇଆର ପ୍ରକ୍ରିୟାରେ ଅସନ୍ତୁଷ୍ଟ ମମତା ବିଜେପିକୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମୋତେ ଯଦି କିଛି କ୍ଷତି ପହଁଞ୍ଚାଇବାକୁ ଚେଷ୍ଟା କରାଯାଏ, ତେବେ ଭାରତରେ ବିଜେପିର ପୁରା ମୂଳଦୁଆ ଦୋହଲାଇ ଦେବି। ଏହାଛଡା ଦିଦି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଏକ ଚିଠି ଲେଖି ନିକଟରେ ହୋଇଥିବା ନିର୍ବାଚନ-ସମ୍ବନ୍ଧୀୟ ଦୁଇଟି ନିର୍ଦ୍ଦେଶନାମା ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।
ବନଗାଓଁ ରାଲିରେ ମମତା ଏସ୍ଆଇଆର ପକ୍ରିୟା ଓ ବିଜେପିକୁ ଜୋରଦାର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏସଆଇଆର ପରେ ଯେତେବେଳେ ମତଦାନ ସୂଚୀର ଡ୍ରାଫ୍ଟ ପ୍ରସ୍ତୁତ ହେବ, ସେତେବେଳେ ଲୋକଙ୍କୁ ନିର୍ବାଚନ କମିଶନ୍ ଓ ବିଜେପି ଦ୍ବାରା ସୃଷ୍ଟି କରାଯାଇଥିବା ‘ବିପଦ’ ଜଣାପଡିବ। ସେ କହିଛନ୍ତି, ବିଜେପି ରାଜନୈତିକ ରୂପରେ ତାଙ୍କର ମୁକାବିଲା କରିପାରିବନି କିମ୍ବା ହରାଇ ପାରିବନି। ଦେବି।’
ମମତା କହିଛନ୍ତି, ଯଦି ଏସ୍ଆଇଆର ଦୁଇ-ତିନି ବର୍ଷ ପରେ ହେବ ତେବେ ଆମେ ସବୁ ପ୍ରକାର ସମ୍ବଳ ଦେଇ ଏହାର ସମର୍ଥନ କରିବୁ। ବିହାର ନିର୍ବାଚନର ପରିଣାମ ଏସ୍ଆଇଆରର ହିଁ ଫଳାଫଳ। ବିରୋଧୀ ବିଜେପିର ଷଡଯନ୍ତ୍ର ବୁଝିପାରିଲାନି। ଯଦି ବିଜେପି ପଶ୍ଚିମବଙ୍ଗରେ ମୋତେ ଆଘାତ ଦେବାକୁ ଚେଷ୍ଟା କରେ ତେବେ ମୁଁ ପୁରା ଭାରତରେ ତା’ର ମୂଳଦୂଆ ଦୋହଲାଇ ଦେବି।