ନୂଆଦିଲ୍ଲୀ, ୧୬/୦୧ : ଆସନ୍ତା ୨୦ ତାରିଖରେ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ। ଜାରି ହେଲା ବିଜ୍ଞପ୍ତି। ନୋଟିଫିକେସନ ଅନୁଯାୟୀ, ଜାନୁଆରୀ ୧୬ରେ ନିର୍ବାଚକ ମଣ୍ଡଳୀ ମତଦାତାଙ୍କ ତାଲିକା ପ୍ରକାଶ କରିବ। ଜାନୁଆରୀ ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ଦାଖଲ ହେବ। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ ହେବ। ୫ଟାରୁ ୬ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ହେବ। ୨୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ। ଏବେ ନୀତିନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।  

ନୀତିନ ରିପିଟ୍ !
ବର୍ତ୍ତମାନର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ ରିପିଟ୍ ହୋଇପାରନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କମାଣ କିଏ ସମ୍ଭାଳିବେ ଜାନୁଆରୀ ୨୦ରେ ବିଧିବଦ୍ଧ ଘୋଷଣା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ନୀତିନଙ୍କ ପ୍ରସ୍ତାବକ ହୋଇପାରନ୍ତି।  

​​​​​​​

ନୀତିନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରି ବିଜେପି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। କାରଣ କିଛି ରାଜନୈତିକ ଦଳରେ ଏବେବି ପାରିବାରିକ ପରମ୍ପରା ଚାଲୁଛି। ଆଉ କିଛି ଦଳରେ ୭୦ ରୁ ୮୦ ବର୍ଷରୁ ଉର୍ଦ୍ଧ୍ଵ ଅଧ୍ୟକ୍ଷ କାମ କରୁଛନ୍ତି। ଜଣେ ୪୫ ବର୍ଷୀୟଙ୍କ ହାତରେ ଦଳର କମାଣ ଦେଇ ବିଜେପି ଏକ ଉଦାହରଣ ପାଲଟିବ।