ନୂଆଦିଲ୍ଲୀ,୧୧/୦୨; ବିଏମସି ନିର୍ବାଚନ ଫଳାଫଳ ପରେ ସମସ୍ତଙ୍କ ନଜର ମୁମ୍ବାଇ ମେୟରଙ୍କ ପଦବୀ ଉପରେ ରହିଥିଲା । କିଏ ଏହି ଆସନରେ ବସିବ ଚର୍ଚ୍ଚା ଲାଗି ରହିଥିଲା । ବିଜେପିର ବିଜୟ ପରେ ସେମାନଙ୍କ ଦଳରୁ ଜଣେ ମେୟର ହେବେ ବୋଲି ଘୋଷଣା କରାଯାଇଥିଲା । ଆଜି, ସେହି ପ୍ରତିଶ୍ରୁତି ଆନୁଷ୍ଠାନିକ ଭାବରେ ପୂରଣ ହୋଇଛି । ରିତୁ ତାୱଡେ ମୁମ୍ବାଇର ନୂଆ ମେୟର ଭାବେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନା ସଦସ୍ୟ ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ କାର୍ଯ୍ୟ କରିବେ । ଉଭୟ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ରିତୁ ତାୱଡେ କିଏ ? ରିତୁ ତାୱଡେ ଲଗାତାର ତୃତୀୟ ଥର ପାଇଁ ଘଟକୋପରରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ସେ ପୂର୍ବରୁ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବରେ କାର୍ୟ୍ୟ କରିଥିଲେ। ସେ ବର୍ତ୍ତମାନ ମହାରାଷ୍ଟ୍ର ପ୍ରଦେଶ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୨ ରେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେବେଠାରୁ, ଦଳ ଭିତରେ ତାଙ୍କର ପ୍ରତିଷ୍ଠା କ୍ରମାଗତ ଭାବରେ ବଢି ବଢି ଚାଲିଛି । ଏବେ ତାଙ୍କ ଭାଗ୍ୟ ଚମକିଛି । ସେ ବିଏମ୍‌ସି ମେୟର ହୋଇଛନ୍ତି । ରିତୁ ତାୱଡେ ଜଣେ ବରିଷ୍ଠ ବିଜେପି କର୍ପୋରେଟର । ସେ ୨୦୧୨ ରେ ୱାର୍ଡ ନମ୍ବର ୧୨୭ ରୁ ଜିତିଥିଲେ, ୨୦୧୭ ରେ ୱାର୍ଡ ନମ୍ବର ୧୨୧ ରୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୨୫ ନିର୍ବାଚନରେ ୱାର୍ଡ ନମ୍ବର ୧୩୨ରୁ ଜିତିଥିଲେ । ରିତୁ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନର ଶିକ୍ଷା କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ମେୟର ପଦ ପାଇଁ ଏକ ଦୃଢ଼ ଦାବିଦାର ଭାବରେ ବିବେଚିତ ହୋଇଥିଲେ । ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ମୁମ୍ବାଇକୁ ଏମିତି ଜଣେ ମେୟର ମିଳିଛନ୍ତି ଯିହାଙ୍କ ପାଖରେ ଶିକ୍ଷାରେ ସୁଧାର ଆଣିବା କ୍ଷେତ୍ରରେ ଲମ୍ଭା ଅନୁଭବ ରହିଛି ।

​​​​​​​


ମୁମ୍ବାଇ ବିଜେପି ସଭାପତି ଅମିତ୍ ସମାତ କହିଛନ୍ତି ଯେ, ୪୪ ବର୍ଷ ପରେ ବିଏମସିରେ ବିଜେପି ମେୟର ପାଇବାକୁ ପାଇଛି । ମୁମ୍ବାଇର ଲୋକମାନେ ସହରର ବିକାଶ ପାଇଁ ମହାୟୁତି ଉପରେ ଭରସା କରିଛନ୍ତି । ଆଜି ମହାୟୁତିର ମେୟର ଏବଂ ଡେପୁଟି ମେୟରଙ୍କୁ ନିଯୁକ୍ତ କରାଯିବ । ଏହା ବହୁତ ଖୁସିର କଥା ଯେ ମୁମ୍ବାଇ ନଗର ନିଗମରେ, ଆମର ବିଜେପି ଶିବସେନା ମହାଗୁରୁଙ୍କ ମେୟର ରିତୁ ତାୱଡେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ସହିତ ସଞ୍ଜୟ ଘାଡିଙ୍କୁ ଡେପୁଟି ମେୟର ଭାବରେ ନିର୍ବାଚିତ କରାଯାଇଛି । ମହାୟୁତି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ । ରିତୁ ତାୱଡେ ଜନସାଧାରଣଙ୍କୁ ବୁଝନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଯେ, ସେ ନଗର ନିଗମର କାମ ଭଲ ଭାବରେ କରିବେ । ଲୋକଙ୍କ ପାଇଁ ବିକାଶ କାର୍ଯ୍ୟ କରିବେ ।

ଏହା ବି ପଢନ୍ତୁ...କିଏ ସଚିନ୍ ତେନ୍ଦୁଲକରଙ୍କ ବୋହୂ ସାନିୟା ? ମୁମ୍ବାଇର ଜଣେ ବଡ଼ ବ୍ୟବସାୟୀ ପରିବାର ସହ କଣ ସମ୍ପର୍କ

କହି ରଖୁଛି କି, ୧୫ ଜାନୁଆରୀ ୨୦୨୬ରେ ବିଏମସି ନିର୍ବାଚନ ହୋଇଥିଲା, ଯେଉଁଥିରେ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଶିବସେନାର ମହାୟୁତି ମେଣ୍ଟ ବହୁମତ ହାସଲ କରିଥିଲେ । ଏହି ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ହୋଇ ପ୍ରାୟ ୮୯ଟି ଆସନ ଜିତିଥିଲା । ଶିବସେନା ସିନ୍ଦେ ଗୋଷ୍ଠୀ ୨୯ଟି ଆସନ ଜିତିଥିଲା । ମୋଟ ଉପରେ, ମହାୟୁତିର ୧୧୮ରୁ ଅଧିକ ଆସନ ଅଛି । ୨୨୭ ସଦସ୍ୟ ବିଶିଷ୍ଟ ଗୃହରେ ବହୁମତ ପାଇଁ ୧୧୪ଟି ଆସନ ଆବଶ୍ୟକ ଥିଲା ।