ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆକାଶରେ ହେବ ଦୁର୍ଲଭ ସଂଯୋଗ, ଶନିବାର ରାତିରେ ଦେଖାଯିବ ବ୍ଲାକ୍ ମୁନ୍

Published By : Rasmita Pradhan | August 23, 2025 2:04 PM

ଭୁବନେଶ୍ଵର, ୨୩/୦୮ : ଶନିବାର ଆକାଶରେ ହେବ ଦୁର୍ଲଭ ସଂଯୋଗ। ୩୩ ମାସ ପରେ ଦେଖିବାକୁ ମିଳିବ ବ୍ଲାକ୍ ମୁନ୍। ଅନ୍ତରୀକ୍ଷ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ। ଆଜି ରାତିରେ ଆକାଶରେ ବ୍ଲାକ୍ ମୁନ୍ ଦେଖିବାକୁ ମିଳିବ। ଏହି ଖଗୋଳୀୟ ଘଟଣାକୁ ମିସ୍ କଲେ ଆସନ୍ତା ୨ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। 

ବଲ୍ଡ୍ ମୁନ୍, ବ୍ଲୁ ମୁନ୍ ଭଳି ବ୍ଲାକ୍ ମୁନ୍ ରହିଛି। ସମୟ ଓ ତିଥି ହିସାବରେ ବ୍ଲାକ୍ ମୁନ୍ ଶବ୍ଦର ବ୍ୟବହାର କରାଯାଏ। ଏହା ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ। ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ଅମାବାସ୍ୟା ପଡ଼ିଲେ କିମ୍ଵା ଗୋଟିଏ ଋତୁରେ ଚାରୋଟି ଅମାବାସ୍ୟା ପଡ଼ିଲେ ତୃତୀୟ ଅମାବାସ୍ୟାକୁ ବ୍ଲାକ୍ ମୁନ୍ କୁହାଯାଏ। ତେଣୁ ଚନ୍ଦ୍ର ଆମକୁ ଦେଖାଯାଏ ନାହିଁ। ଚନ୍ଦ୍ରମା ଚକ୍ର ୨୯.୫ ଦିନର ହୋଇଥାଏ। ତେଣୁ କେବେ କେବେ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ପଡ଼େ। ଯେପରିକି କିଛି ମାସର ପହିଲାରେ ଅମାବାସ୍ୟା ପଡ଼େ, ପୁଣି ସେହି ମାସର ୨୯ ଓ ୩୦ ତାରିଖରେ ଆଉ ଥରେ ଅମାବାସ୍ୟା ପଡ଼େ। ଏହି ଦ୍ଵିତୀୟ ଅମାବାସ୍ୟାକୁ ବ୍ଲାକ୍ ମୁନ୍ କୁହାଯାଏ। ସେହିପରି ଗୋଟିଏ ଋତୁରେ ପ୍ରାୟତଃ ୩ଟି ଅମାବାସ୍ୟା ପଡ଼େ। ହେଲେ ବେଳେ ବେଳେ ସଂଯୋଗ ବଶତଃ ୪ଟି ଅମାବାସ୍ୟା ପଡ଼େ। ଏହି ୪ଟି ଅମାବାସ୍ୟା ଭିତରୁ ତୃତୀୟ ଅମାବାସ୍ୟାକୁ ବ୍ଲାକ୍ ମୁନ୍ କୁହାଯାଏ। ସୂର୍ଯ୍ୟ ଓ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରହିଲେ ଚନ୍ଦ୍ର ଆଲୋକ ପୃଥିବୀ ପୃଷ୍ଠରେ ପଡ଼େ ନାହିଁ। ତେଣୁ ଚନ୍ଦ୍ର ଆମକୁ ଦେଖାଯାଏ ନାହିଁ। ଏଥିପାଇଁ ମଧ୍ୟ ବ୍ଲାକ୍ ମୁନ୍ କୁହାଯାଏ।

ଏହି ଖଗୋଳୀୟ ଘଟଣାକୁ ମିସ୍ କଲେ ଆପଣଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ। ୨୦୨୭ ଅଗଷ୍ଟ ୩୧ ଓ ୨୦୨୮ ଅଗଷ୍ଟ ୨୦ରେ ପୁଣି ଥରେ ବ୍ଲାକ୍ ମୁନ୍ ଦେଖାଯିବ। ତେବେ ବ୍ଲାକ୍ ମୁନ୍ ଯୋଗୁଁ ଆଜି ଆକାଶ ଗଙ୍ଗା ଓ ନେବୁଲା ଦେଖିବାକୁ ସୁବର୍ଣ୍ଣ ସୁଯୋଗ ମିଳିବ। କାରଣ ଅନ୍ଧାର ଆକାଶରେ ଉଜ୍ଜ୍ୱଳ ବସ୍ତୁଗୁଡ଼ିକ ଖୁବ୍ ମନୋହର ଦେଖାଯାଏ। ତେଣୁ ଆଜି ଆକାଶ ସ୍ପଷ୍ଟ ଭାବରେ ଦେଖାଯାଉଥିବା ଏକ ଖୋଲା ସ୍ଥାନକୁ ଯାଇ ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ। 

                                                                 Nebula photo

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.