ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଖାଦ୍ୟ ଅର୍ଡର କରୁଥିଲେ ସାବଧାନ୍! କ୍ୟାନ୍ସର ଆଶଙ୍କା ବଢାଉଛି କଳା ରଙ୍ଗର ପ୍ଲାଷ୍ଟିକ୍‌ କଣ୍ଟେନର୍‌

Published By : Prameya | January 17, 2025 11:34 AM

ନୂଆଦିଲ୍ଲୀ ୧୭/୦୧: ସମ୍ପ୍ରତି ବହୁଲୋକ ଅନଲାଇନ୍‌ ଖାଦ୍ୟ ଅର୍ଡର୍‌ ଦେଇ ଖାଇବାକୁ ଗୁରୁତ୍ୱ ଦେଉଛନ୍ତି। ବାହାରୁ ମଗାଉଥିବା ଖାଦ୍ୟ ପ୍ରାୟତଃ କଳା ରଙ୍ଗର ପ୍ଲାଷ୍ଟିକ୍‌ କଣ୍ଟେନର୍‌ ତଥା ଡବାରେ ପ୍ୟାକ୍‌ ହୋଇ ଆସିଥାଏ। ଯଦିଓ ଏହାକୁ ଥରେ ବ୍ୟବହାର ପରେ ଫିଙ୍ଗିଦେବା ଉଚିତ୍‌, କିନ୍ତୁ ଏମିତି ଅନେକ ଅଛନ୍ତି, ଯେଉଁମାନେ କଳା ପ୍ଲାଷ୍ଟିକ୍‌ ଡବାକୁ ସାଇତି ବାରମ୍ବାର ଏଥିରେ ଗରମ ଖାଦ୍ୟକୁ ରଖନ୍ତି। ମାଇକ୍ରୋୱେଭ୍‌ରେ ଖାଦ୍ୟ ଗରମ କରିବା ବେଳେ ଏହି କଳା ପ୍ଲାଷ୍ଟିକ୍‌ ଡବା ବ୍ୟବହାର ଦ୍ୱାରା କର୍କଟ ପରି ଗମ୍ଭୀର ରୋଗ ହେବାର ଆଶଙ୍କା ରହିଛି।

ଶରୀରର କୋଷଗୁଡିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କ୍ୟାନ୍ସର ବା କର୍କଟ କୁହାଯାଏ। ଧୂମପାନ, ମଦ୍ୟପାନ, ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ମେଦବହୁଳତା, ବଂଶଗତ ଆଦି କର୍କଟ ରୋଗ ବୃଦ୍ଧିର କାରଣ ହୋଇଥିଲେ ହେଁ ଏବେ କଳା ପ୍ଲାଷ୍ଟିକ୍‌ ଡବାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା କର୍କଟ ପରି ଗମ୍ଭୀର ରୋଗକୁ ଆମନ୍ତ୍ରୀତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। 

କିମୋସ୍ଫିୟର ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ୨୦୩ଟି କଳା ପ୍ଲାଷ୍ଟିକ୍‌ ଉତ୍ପାଦକୁ ବିଶ୍ଳେଷଣ କରାଯାଇଥିଲା। ଏଥିରୁ ୮୫ ପ୍ରତିଶତ ଉତ୍ପାଦରେ ଟକ୍ସିକ୍‌ ଫ୍ଲେମ୍‌ ତଥା ବିଷାକ୍ତ ଧୂଆଁ ମିଳିଥିଲା। ବିଡିଆର ଫାର୍ମାସ୍ୟୁଟିକାଲ୍ସ ଟେକନିକର ନିର୍ଦ୍ଦେଶକ ଡା. ଅରବିନ୍ଦ ବେଡିଗରଙ୍କ କହିବାଅନୁସାରେ, କଳା ପ୍ଲାଷ୍ଟିକ୍‌ ଡବାରୁ ବିଷାକ୍ତ ଆଗ୍ନିରୋଧ ପଦାର୍ଥ ଖାଦ୍ୟ ମାଧ୍ୟମରେ ପେଟ ମଧ୍ୟକୁ ଚାଲିଯାଏ। ଏହା ଶରୀର ଉପରେ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି କରିବା ସହ କର୍କଟ ପରି ରୋଗକୁ ଆମନ୍ତ୍ରିତ କରିପାରେ।

ସେତିକି ନୁହେଁ କଳା ରଙ୍ଗର ପ୍ଲାଷ୍ଟିକ୍‌କୁ ପ୍ଲାଷ୍ଟିକ୍‌ ରେଜିନରେ କାର୍ବନ ବ୍ଲାକ୍‌ ପିଗମେଣ୍ଟକୁ ମିଶାଇ ତିଆରି କରାଯାଏ। ଗବେଷଣା ଅନୁଯାୟୀ କାର୍ବନ ବ୍ଲାକ୍‌ ପିଗମେଣ୍ଟ୍‌ ସ୍ୱାସ୍ଥ୍ୟକୁ  କ୍ଷତି ପହଞ୍ଚାଏ। ସେହିପରି ଇଣ୍ଟରନେସନାଲ୍‌ ଏଜେନ୍ସି  ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍ସର ଅନୁଯାୟୀ ଏହା କର୍କଟ ବୃଦ୍ଧି ଆଶଙ୍କାକୁ ବଢାଇପାରେ। ଏହା ଶ୍ୱସନସମ୍ବନ୍ଧୀୟ ସମସ୍ୟାର କାରଣ ମଧ୍ୟ ସାଜିପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କଳା ପ୍ଲାଷ୍ଟିକ୍‌ ଡବାରେ ଗରମ ଖାଦ୍ୟ ରଖିବା ଦ୍ୱାରା ଏଣ୍ଡ୍ରୋକ୍ରେନ୍‌ ଡିଷ୍ଟ୍ରକ୍ଟିଂ ନାମକ ବିଷାକ୍ତ ସୃଷ୍ଟି ହେଉଥିବାରୁ ଏହା ହର୍ମୋନକୁ ଅସନ୍ତୁଳିତ କରିଥାଏ। ଫଳରେ ହର୍ମୋନ୍‌ କାମ କରିବା ବନ୍ଦ କରିଥାଏ। ତେଣୁ ଏପରି କଳା ପ୍ଲାଷ୍ଟିକ୍‌ ଡବା ବ୍ୟବହାର କରୁଥିଲେ ସତର୍କତା ଅବଲମ୍ବନ ଜରୁରୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.