ଭୁବନେଶ୍ୱର,୦୪।୦୨:  ‘ବ୍ଲାକ୍‌ ସ୍ୱାନ୍‌ ସମିଟ୍‌ଇଣ୍ଡିଆ ୨୦୨୬’ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ଅବସରରେ ବିଶ୍ୱସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ, ନବସୃଜନକାରୀ ତଥା ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ । ଏକ ଗୋଲ୍‌ ଟେବୁଲ୍‌ ଶୈଳୀରେ ‘ନିଯୁକ୍ତି, ଚାକିରି, ଦକ୍ଷତା ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ’ ବିଷୟବସ୍ତୁ ଉପରେ ବାସ୍ତବଧର୍ମୀ ଏବଂ ଫଳାଫଳ-ମୂଖୀ ଆଲୋଚନା ଏବଂ ମନ୍ଥନ କରାଯିବ । ରାଜ୍ୟ ସରକାର ଏବଂଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ(ଜିଏଫଟିଏନ) ମିଳିତ ଆନୁକୂଲ୍ୟରେ ଏହି ସମିଟ୍‌ ଆୟୋଜନ କରାଯାଇଛି ।

ସ୍ଥାନୀୟ ଏକ ତାରକା ହୋଟେଲରେ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ଏହି ସମିଟ୍‌ ଚାଲିବ । ମୁଖ୍ୟ ଅତିଥି ଭାବରେ ମହାମହିମରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ସମିଟ୍‌ ପୃଷ୍ଠପୋଷକ ଭାବେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ସିଙ୍ଗାପୁରକ୍ଲାଇମେଟ୍‌ ଆକ୍ସନ ଆମ୍ବାସାଡର ରବି ମେନନ ମୁଖ୍ୟ ବକ୍ତାଏବଂ ବଜାଜ୍‌ ଫିନ୍‌ସର୍ଭ ଏମ୍‌ଡି ସଞ୍ଜୀବ ବଜାଜ୍‌ ମୁଖ୍ୟ ବକ୍ତାଭାବରେ ଉପସ୍ଥିତ ରହିବେ । ସେହିପରି ବିଶିଷ୍ଟ ବକ୍ତାଭାବରେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ତଥା ଓସ୍କାରମନୋନୀତ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।

ବିଶେଷକରି ଫିନ୍‌ଟେକ୍‌,ଇନ୍‌ସ୍ୟୋର୍‌ଟେକ୍‌ ଏବଂ ଗ୍ଲୋବାଲ୍‌ କ୍ୟାପାବିଲିଟିସେଣ୍ଟର ବା ଜିସିସି ଉପରେ ଗୁରୁତ୍ୱ ଦିଆଯିବ ।ରାଜ୍ୟ ସରକାରଙ୍କ ‘ଭାରତନେତ୍ର’ ଅଭିଯାନ ଦ୍ୱାରାଆୟୋଜିତ ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀର ଉଦ୍ଦେଶ୍ୟହେଉଛି- ଓଡ଼ିଶାକୁ ଭଦୀୟମାନ ନିବେଶ କେନ୍ଦ୍ର ଏବଂ ବିଶ୍ୱସ୍ତରୀୟ ଡିଜିଟାଲ୍‌ ଫାଇନାନ୍ସ ତଥା ଜିସିସି ହବ୍‌ଭାବରେ ସ୍ଥାପନ କରିବା । ଏହି ସମିଟ୍‌ରେ ଅର୍ଥନୀତି,ଟେକ୍ନୋଲୋଜୀ, ଶିକ୍ଷା ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରୁପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ବରିଷ୍ଠ ତଥା ଜାତୀୟ ଓ ବିଶ୍ୱସ୍ତରୀୟ ନେତୃତ୍ୱଅଂଶଗ୍ରହଣ କରିବେ । ଏହା ବିଶ୍ୱସ୍ତରୀୟ ଡିଜିଟାଲ୍‌ ଅର୍ଥନୀତିରଭବିଷ୍ୟତ ଗଠନରେ ଭାରତର ଭୂମିକାକୁ ପ୍ରଦର୍ଶନ କରିବ ।

ଆହୁରି ପଢନ୍ତୁ- ମିଶନ ପଞ୍ଚାୟତ : ମୁଣ୍ଡ ଟେକିଲେଣି ଆଶାୟୀ, ଗାଁ ମଞ୍ଚରେ ଅତିଥି ହେବାକୁ ପ୍ରତିଯୋଗିତା ପ୍ରବଳ​​​​​​​