ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ରାଜସ୍ଥାନର ଏହି ୨ ଜିଲ୍ଲାରେ ବ୍ଲାକଆଉଟ୍, ଲୋକଙ୍କୁ ଘରେ ରହିବାକୁ ଅପିଲ୍‌ କଲେ ଜିଲ୍ଲାପାଳ

Published By : Tapas Panda | May 11, 2025 9:34 PM

Image Courtesy: indiatv

ନୂଆଦିଲ୍ଲୀ: ସାମରିକ ଉତ୍ତେଜନା ମଧ୍ୟରେ ଭାରତ ଏବଂ ପାକିସ୍ତାନ ମେ ୧୦ ତାରିଖରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ସହମତିରେ ନିଆଯାଇଥିଲା। ଏବେ ଉଭୟ ଦେଶ ମେ’ ୧୨ରେ ଏହି ପ୍ରସଙ୍ଗରେ ପୁଣି ଥରେ ବୈଠକ କରିବେ । ଅସ୍ତ୍ରବିରତି ପରେ ମଧ୍ୟ ପାକିସ୍ତାନ ଭାରତର ଜାମ୍ମକୁ ଡ୍ରୋନ ପଠାଇଥିଲା । କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ସମସ୍ତ ଡ୍ରୋନକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲା । ପାକିସ୍ତାନ ମଧ୍ୟ ରାଜସ୍ଥାନର ଅନେକ ସହର ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏବେ ବାଡମେର ଜିଲ୍ଲାପାଳ ଟିନା ଡାବି ସତର୍କତା ସ୍ୱରୂପ ବ୍ଲାକଆଉଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 ଜିଲ୍ଲାପାଳ ଟିନା ଡାବି ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ବାଡମେରରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ବନ୍ଦ ରହିବ ଏବଂ ଏହି ସମୟ ମଧ୍ୟରେ ସମସ୍ତ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି । ଏହା ବ୍ୟତୀତ ବ୍ଲାକଆଉଟ୍ ସମୟରେ ସମସ୍ତ ଲୋକଙ୍କୁ ସେମାନଙ୍କ ଘରର ଲାଇଟ୍ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଜୈସଲମେର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ଯେ, ଆଜି ସନ୍ଧ୍ୟା ୭:୩୦ ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ । ସମସ୍ତେ ନିଜ ଘର ଏବଂ ଘର ଚାରିପାଖରେ ଲାଇଟ୍ ବନ୍ଦ ରଖିବେ । 

 ଏପ୍ରିଲ ୨୨ରେ ଭାରତର ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ଧର୍ମ ପଚାରି  ହତ୍ୟା କରିଥିଲେ ଆତଙ୍କବାଦୀ । ଏହା ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଓ  ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ତା'ପରେ ପାକିସ୍ତାନ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା ଏବଂ ଭାରତୀୟ ସେନାର ତାର ସମସ୍ତ ଯୋଜନାକୁ ପଣ୍ଡ କରିଥିଲା । ଭାରତ ପାକିସ୍ତାନର ଅନେକ ବାୟୁସେନା ଘାଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ଏବଂ ତାହାକୁ ପ୍ରବଳ କ୍ଷତି ପହଞ୍ଚାଇଛି । ସେନା ପକ୍ଷରୁ ଏକ ପ୍ରେସ୍ ବ୍ରିଫିଂରେ କୁହାଯାଇଛି ଯେ, ୩୫ରୁ ୪୦ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.