ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ

Published By : Harapriya Sethi | January 21, 2025 7:27 AM

ଭୁବନେଶ୍ୱର, ୨୧/୦୧: ଟ୍ୱିନ୍‌ ସିଟିରେ ପେଟ୍ରୋଲିଂକୁ ଅଧିକ କଡା କଡି କରିବା ସହ ବ୍ଲକିଂ ଚେକିଂକୁ ଅଧିକ କରିବା ପାଇଁ ଗତ ରବିବାର ନିର୍ଦ୍ଦେଶ ଦେଇଥିଲେ ସରକାର। ପୋଲିସ କମିଶନରଙ୍କୁ ସରକାର ନିର୍ଦ୍ଦେଶ ଦେବା ପରେ ଅକ୍ଟନ ମୋଡକୁ ଆସିଛି ପୋଲିସ । ଭୁବନେଶ୍ୱରର ସବୁ ଛକ ଗୁଡିକରେ ପୋଲିସ ଜୋରଦାର ଚେକିଂ କରିଥିଲା । ଖାରବେଳ ନଗର, ରାଜମହଲ , ଏୟାରପୋର୍ଟ ଛକ, ଡମନା ଛକ, ପଟିଆ ଛକ ସହ ଅନ୍ୟ ଛକ ଗୁଡିକରେ ଗାଡ଼ି ଅଟକାଇ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଚେକ୍ ସହ ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଇଥିଲା । ଭୁବନେଶ୍ୱର ଡିସିପି ସବୁ ଛକ ବୁଲି ବୁଲି ପଇଁତରା ମାରିଥିଲେ । କିଏ ନିୟମ ଉଲଘଂନ କରୁଛି ଆଉ କିଏ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଛି ତାହା ମଧ୍ୟ ଯାଞ୍ଚ କରାଯାଇଥିଲା । 

ସେହିଭଳି କଟକରେ ସୋମବାର ବିଳମ୍ବିତ ରାତିରେ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସହରରର ସବୁ ଥାନାରେ ବ୍ଲକିଂ ଚେକିଂ କରିବା ସହ ପେଟ୍ରୋଲିଂକୁ କଡା କଡ଼ି କରାଯାଇଥିଲା। ଅନ୍ଧାର ରାତିରେ ବିଭିନ୍ନ ଅଞ୍ଚଳରେ ପିସିଆର୍ ଘନ ଘନ ପଇଁତରା ମାରିବା ସହ ସହରର ବିଭିନ୍ନ ଥାନା ଅଞ୍ଚଳରେ ସବୁ ଗାଡ଼ିକୁ ଯାଞ୍ଚ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.