ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଣିକି ଗୋଟିଏ କି୍ଲକ୍‌ରେ ମିଳିବ ସବୁ ତଥ୍ୟ,ବିଏମ୍‌ସି ଆଣିବ ହ୍ୱାଟସ୍‌ଆପ୍‌ ଚାଟ୍‌ବଟ୍‌

Published By : Anindita Ratha | January 16, 2025 1:11 PM

ଭୁବନେଶ୍ବର,୧୬/୦୧:  ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ ହାତ ପାଆନ୍ତାରେ କରିବା ପାଇଁ ବିଏମ୍‌ସି ଆପଣାଇବ ନୂତନ ପଦ୍ଧତି । ମୋବାଇଲ ହ୍ୱାଟ୍‌ସ ଆପ୍‌ ଚାଟ୍‌ବଟ୍‌ ଜରିଆରେ ଏଣିକି ନାଗରିକମାନେ ହୋଲ୍ଟି ଟାକ୍ସ, ଘର ଭଡ଼ା, ଦୋକାନ ଘର ଭଡ଼ା, ଆଦି ସମସ୍ତ ଟାସ୍କ ପୈଠ କରିବା ସହ ବିଭିନ୍ନ ସମସ୍ୟା ଉପସ୍ଥାପନ କରିପାରିବେ । ଏଥିପାଇଁ ଆଜି ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ସହ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି  । ହ୍ୱାଟ୍‌ସଆପ୍‌ ଚାଟ୍‌ବଟ୍‌ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱେୟାରରେ ନାଗରିକମାନେ ନିଜ ଘର କିମ୍ବା ଦୋକାନର ହୋଲ୍ଡିଂ ନମ୍ବର ଲେଖିଲେ, ଆପେ ଆପେ ତାଙ୍କର ସମସ୍ତ ତଥ୍ୟ ବାହାରିବ । କେତେ ଦିନ ହେଲା ଟିକସ ବା ଭଡ଼ା ଦେଇ ନାହାନ୍ତି, କେତେ ଟଙ୍କା ଦେବାକୁ ହେଉଛି, କାହା ପାଖକୁ ପଠାଇବାକୁ ପଡ଼ିବ ଆଦି ସମସ୍ତ ତଥ୍ୟ ଆସିବ । ତେଣୁ ନାଗରିକଙ୍କୁ ଆଉ ବାରମ୍ବାର ୱାର୍ଡ ଅଫିସ କିମ୍ବା ବିଏମ୍‌ସି ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । 

ସେହିପରି ଭେଣ୍ଡିଂ ଜୋନ୍‌, ବିଭିନ୍ନ ମାର୍କେଟ କମ୍ପେ୍ଲକ୍ସ, ମାର୍କେଟ୍‌ ଆଦି ପରିଚାଳନା ଓ ଟାକ୍ସ ବା ଭଡ଼ା ଆଦାୟ ପାଇଁ ଏମରଟେକ୍‌ ଆର୍‌ ଏନ୍‌ ଡି ସଲ୍ୟୁସନ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି । ଏହା ମଧ୍ୟ ସେହି ହ୍ୱାଟ୍‌ସଆପ୍‌ ଚାଟ୍‌ବଟରେ ରହିବ । ଅର୍ଥାତ୍‌ ମୋବାଇଲରେ ଭୁବନେଶ୍ୱର ମହାନଗର ନିଗମର ନାଗରିକମାନେ ନିଜ ଟିପରେ ସମସ୍ତ ସମସ୍ୟାର ସମାଧାନ କରିପାରିବେ । ଏଥିପାଇଁ ବିଏମ୍‌ସି ଏକାମ୍ର ହଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କର୍ପୋରେଟରଙ୍କ ସହ ବିଏମ୍‌ସି ପକ୍ଷରୁ ମେୟର ସୁଲୋଚନା ଦାସ, କମିଶନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ୍‌ର ରାଜ୍ୟ ମୁଖ୍ୟ ଅରୂପ ମହାପାତ୍ର, ଆଞ୍ଚଳିକ ମୁଖ୍ୟ ପ୍ରଶାନ୍ତ ଗୌଡ଼, ରାଜ୍ୟ ବୈଷୟିକ ମୁଖ୍ୟ ଶୁଭାଶିଷ ସାହୁ, ଏମରଟେକ୍‌ ସଲ୍ୟୁସନର ମୁଖ୍ୟ ସନ୍ତୋଷ ରେଡ୍ଡୀଙ୍କ ସହ ବ୍ୟାଙ୍କ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଶୁଭକାନ୍ତ ଶତପଥି ଓ ଦେବକାନ୍ତ ସାମଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ସଫ୍ଟୱେୟାର ଆସନ୍ତା ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଏପରି ବ୍ୟବସ୍ଥା ଲାଗୁ କରିବାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହେବ ବୋଲି ଉଭୟ ବିଏମ୍‌ସି ଓ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.