ଭୁବନେଶ୍ୱର,୧୬/୧୦: ବିଏମ୍ସି ଜୋନ୍ ଅଫିସ ସଂଖା ବଢିବ । ଆଉ ୩ଟି ନୂଆ ଜୋନ୍ ଅଫିସ୍ ଖୋଲିବକୁ ଯାଉଛି । ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅଫିସ ନିର୍ମାଣ ପାଇଁ ବିଏମ୍ସି ପକ୍ଷରୁ ସାଧାରଣ ପ୍ରଶାସନକୁ ଜାଗା ଦେବାକୁ ଚିଠି କରାଯାଇଛି । ଏହା ସହ ବିଏମ୍ସି ଲାଗି ଥିବା ୮ ପଞ୍ଚାୟତ ମହାନଗର ନିଗମରେ ସାମିଲ ହେବେ । ଏହା ସହ ବିଏମ୍ସିକୁ ଲାଗି ନିର୍ମାଣ ହେବାକୁ ଥିବା ନ୍ୟୁ ସିଟି ପାଇଁ ସ୍ୱତନ୍ତ୍ର ଜୋନ୍ ଅଫିସ ଖୋଲାଯିବ ।
ବିଏମ୍ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଛି । ୩ଟି ଜୋନ୍ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଜୋନ୍ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି । ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ବିଏମ୍ସି ପକ୍ଷରୁ ଆଉ ୩ ଅତିରିକ୍ତ ଜୋନ୍ ଅଫିସ ଖୋଲିବ । ଦକ୍ଷିଣ-ପୂର୍ବ ଜୋନ୍ରେ ୨୫ ୱାର୍ଡ ରହିଛି । ଏଥିରେ ୧୨ଟି ଏକାମ୍ର ଏବଂ ୧୩ଟି ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ରହିଛି । ଏହି ଦୁଇ ନିର୍ବାଚନ ମଣ୍ଡଳୀ ୱାର୍ଡକୁ ଅଲଗା କରାଯିବ । ଗୋଟିଏ ଜୋନ୍ରେ ମଧ୍ୟର ୨୮, ୨୯, ୩୦, ୩୧, ୩୨, ୩୩, ୩୪, ୩୫, ୩୬, ୪୦,୪୧, ୪୨,୪ ୱାର୍ଡ ରହିବ । ସେହିପରି ଏକାମ୍ର ୪୪, ୪୫, ୫୩, ୫୪, ୫୫, ୫୬, ୫୭, ୫୮, ୫୯, ୬୦, ୬୧, ଓ ୬୭ ନଂ ୱାର୍ଡ ରହିବ । ଉତ୍ତର ଜୋନ୍କୁ ଦୁଇ ଭାଗ କରିବ ଜୟଦେବ ବିହାର ନନ୍ଦନକାନନ ରାସ୍ତା । ଲେଫ୍ଟ ପାରାଲାଲ ରୋଡ ପାଖରେ ରହିବ ସାଲିଆ ସାହିର ୪ ୱାର୍ଡ ୧୬,୨୦,୨୧, ୨୬ ଏହା ସହ ୨୭ , ୧୩, ୧୪, ୧୮, ୬, ୭, ଏବଂ ୧ ୱାର୍ଡ । ଦୁଇ ନମ୍ବର ୱାର୍ଡର କିଛି ୱାର୍ଡ ବି ରହିବ । ସେହିପରି ରାସ୍ତାର ଅପରପାଶ୍ୱର୍ରେ ୩, ୪, ୯, ୧୦, ୧୧, ୧୨, ୧୭ ଓ ୧୮ ନଂ ୱାର୍ଡ ରହିବ ।
ସେହିପରି ଦକ୍ଷିଣ-ପଶ୍ଟିମ ଜୋନ୍ ଅଫିସକୁ ନେଇ ବର୍ତ୍ତମାନ ସୁଦ୍ଧା ଭାଗ ଛିଣ୍ଡିନି । ଏହି ୱାର୍ଡରେ ଉତ୍ତର, ମଧ୍ୟ ,ଏକାମ୍ର ଓ ଜଟଣୀର ନିର୍ବାଚନ ମଣ୍ଡଳୀର କିଛି ଅଂଶ ରହିଛି । ସେପଟେ ଭୁବନେଶ୍ୱର ନ୍ୟୁ ସିଟି ନିର୍ମାଣ କାମ ଆରମ୍ଭ ହେବ । ମଳିପଡା, ଅନ୍ଧାରୁଆ, ଦାସପଡା ଭଳି ପଞ୍ଚାୟତ ବିଏମ୍ସି ଅଧିନକୁ ଆସିବ । ଦକ୍ଷିଣ-ପଶ୍ଚିମ ଜୋନ୍କୁ ଲାଗି ଥିବାରୁ ଏହି ନ୍ୟୁ ସିଟିକୁ ନେଇ ନୂଆ ଜୋନ୍ ଅଫିସ ହେବ । ସେହିପରି ବିଡିଏ ପକ୍ଷରୁ ଟିପି ସ୍କିମ୍-୪ କାମ ସରିଛି । ଏଥିରେ ତମାଣ୍ଡୋ ପଞ୍ଚାୟତ ରହିଛି । ତେଣୁ ଏହାର ନବକଳେବର କରାଯିବ । ତେଣୁ ନେଇ ଏବେ ଆଲୋଚନା ଚାଲିଛି । କର୍ପୋରେସନ ବୈଠକରେ ପ୍ରସ୍ତାବ ପରେ ୬୭ ୱାର୍ଡ ଭିନ୍ନ ହେବେ ।
ସେହିପରି ବିଏମ୍ସିକୁ ଲାଗି ଥିବା ପଞ୍ଚାୟତ ତଥା ତମାଣ୍ଡୋ, ଗୋଠପାଟଣା, ଧଉଳି, ଲିଙ୍ଗିପୁର, ବାସୁଆଘାଇ, ରଘୁନାଥପୁର ଭଳି ପଞ୍ଚାୟତ ବିଏମ୍ସି ହାତକୁ ଆସିବ । ଜୋନ୍ ଅଫିସର ନାମ କରଣକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଜୋନ୍-୧ରୁ ୬ ଦିଆଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହା ସହ ୩ଟି ସ୍ଥାନକୁ ବିଏମ୍ସି ପକ୍ଷରୁ ଚିହ୍ନଟ କରାଯାଇ ଜିଏ ପାଖକୁ ଦିଆଯାଇଛି । ଜିଏର ଗ୍ରୀନ ସିଗନାଲ ମିଳିବା ପରେ କାମ ଆରମ୍ଭ ହେବ । ଗୋଟିଏ ଗୋଟିଏ ଅଫିସ ଉପରେ ୨୪ରୁ ଅଧିକ ୱାର୍ଡ ରହୁଥିବାରୁ ଚାପ ପଡୁଥିଲା । ତେଣୁ ଏହାକୁ ଅଲଗା କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ଏହା ସହ ଆବଶ୍ୟକୀୟ କର୍ମଚାରୀ ସଂଖ୍ୟା ମଧ୍ୟ ବଢିବ । ଜଣେ ଜଣେ ଅତିରିକ୍ତ ଜୋନାଲ କମିଶନର ନିଯୁକ୍ତି ଦିଆଯିବ