ଭୁବନେଶ୍ୱର, ୦୪/୦୮: ନୂଆ କମିଶନର ଆସିବା ପରେ ବିଏମ୍‌ସି ଆନ୍ତଃବିଭାଗ ସ୍ତରରେ ଅଦଳବଦଳ ହୋଇଛି । ଡେପୁଟି  କମିଶନର ରଶ୍ମିରେଖା ଅମାତଙ୍କୁ ଷ୍ଟୋର, ସ୍ୱାସ୍ଥ୍ୟ ଏବଂ ପରିବାର  କଲ୍ୟାଣର ଅତିରିକ୍ତ ଦାୟିତ୍ୱ ମିଳିଛି । ଏହା ସହ ସେ ଦକ୍ଷିଣ-ପଶ୍ଚିମ  ଜୋନର ଜୋନାଲ କମିଶନର ଦାୟିତ୍ୱ ତୁଲାଇବେ । ଜୟଶ୍ରୀ ବେହାରା  ପୂର୍ବପରି ଏଷ୍ଟାବ୍ଲିସମେଣ୍ଟ ଦାୟିତ୍ୱରେ  ରହିବେ ।

କାଜଲ ପ୍ରଧାନ ପରିବେଶ, ଯୋଗେନ୍ଦ୍ର ମାଝୀଙ୍କୁ ଓଡିଏ କୋର୍ଟ,  ରୁବି ବେହେରାଙ୍କୁ ଆଇଟି ଏବଂ  ମାର୍କେଟ ଦାୟିତ୍ୱ ଦିଆଯାଇଛି । ଏନ୍‌ ଗଣେଶ ବାବୁ ପରିମଳ, ପ୍ରିୟଙ୍କା  ମଲ୍ଲିକ ଯୋଗାଣ ବିଭାଗ, ରଶ୍ମିରେଖା  ପ୍ରଧାନ ଏବିସି, ଜରୁରୀକାଳୀନ,  ମୁକ୍ତା ଦାୟିତ୍ୱରେ ରହିବେ । ଅଜୟ  କୁମାର ମହାନ୍ତି ରାଜସ୍ୱ ବିଭାଗର  ଦାୟିତ୍ୱ ତୁଲାଇବେ । ଅତିରିକ୍ତ  କମିଶନର ରତ୍ନାକର ସାହୁ, କୈଳାଶ  ଦାସ ଏବଂ ସସ୍ମିତା ସାହୁ ଏହି ସବୁ  ବିଭାଗର ତଦାରଖ କରିବେ ବୋଲି  ଜଣାପଡ଼ିଛି । ଅତିରିକ୍ତ କମିଶନର  ଶୁଭେନ୍ଦୁ ସାହୁଙ୍କ ବଦଳି ପରେ  ବିଭାଗର ପରିବର୍ତ୍ତନ କରାଯାଇଛି ।