କଟକ,୧୨/୦୪: ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ  କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି । ସେହିକ୍ରମରେ ୨୦୨୫ ମାଟ୍ରିକ୍‌  ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ  ଆଡମିଟ୍‌ କାର୍ଡରେ ଯଦି କିଛି ତ୍ରୁଟି  ରହିଛି ତାର ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ପୁଣି ଥରେ ସୁଯୋଗ ପ୍ରଦାନ  କରାଯାଇଛି । ସ୍କୁଲ୍‌ କର୍ତ୍ତୃପକ୍ଷ ନିଜ  ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ  ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା  ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ  ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । 

ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍‌  କାର୍ଡ ସଂଶୋଧନ ପାଇଁ ସୁଯୋଗ  ଦିଆଯାଇଥିବା ବେଳେ ଚଳିତବର୍ଷ  ପ୍ରଥମଥର ପାଇଁ ମାଟ୍ରିକ୍‌ ପରୀକ୍ଷା ପରେ ବି ବୋର୍ଡ ତରଫରୁ ଏଭଳି  ସୁଯୋଗ ସୃଷ୍ଟି କରାଯାଇଛି । ଯେଉଁ  ପରୀକ୍ଷାର୍ଥୀଙ୍କ ନାଁ, ଅଭିଭାବକଙ୍କ ନାଁ, ବୟସ, ସ୍କୁଲ୍‌ ନାଁ ଆଦି ଭୁଲ୍‌ ରହିଥିବ  ସେମାନେ ନିଜ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଆବେଦନ  କରିବେ । ପ୍ରଧାନଶିକ୍ଷକ ଏ ସଂପର୍କିତ ସଂଶୋଧିତ ରିପୋର୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ । ଫଳରେ ମାଟ୍ରିକ୍‌  ବୋର୍ଡ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ ହେବ । ଏପ୍ରିଲ ୧୭ ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ଆଡମିଟ୍‌ କାର୍ଡ ସଂଶୋଧନ ପ୍ରକ୍ରିୟା ଜାରି  ରହିବ ବୋଲି ବୋର୍ଡ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ  କରାଯାଇଛି । ପରବର୍ତ୍ତୀ ସମୟରେ ଏଥିପାଇଁ ଆଉ କୌଣସି  ସୁଯୋଗ ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର