ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାଟ୍ରିକ୍‌ ଆଡମିଟ୍‌ କାର୍ଡ ସଂଶୋଧନ ପାଇଁ ପୁଣି ସୁଯୋଗ,୧୭ରୁ ୨୫ ତାରିଖ ଚାଲିବ ପ୍ରକ୍ରିୟା

Published By : Prameya | April 12, 2025 8:33 AM

କଟକ,୧୨/୦୪: ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ  କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି । ସେହିକ୍ରମରେ ୨୦୨୫ ମାଟ୍ରିକ୍‌  ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ  ଆଡମିଟ୍‌ କାର୍ଡରେ ଯଦି କିଛି ତ୍ରୁଟି  ରହିଛି ତାର ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ପୁଣି ଥରେ ସୁଯୋଗ ପ୍ରଦାନ  କରାଯାଇଛି । ସ୍କୁଲ୍‌ କର୍ତ୍ତୃପକ୍ଷ ନିଜ  ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ  ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା  ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ  ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । 

ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍‌  କାର୍ଡ ସଂଶୋଧନ ପାଇଁ ସୁଯୋଗ  ଦିଆଯାଇଥିବା ବେଳେ ଚଳିତବର୍ଷ  ପ୍ରଥମଥର ପାଇଁ ମାଟ୍ରିକ୍‌ ପରୀକ୍ଷା ପରେ ବି ବୋର୍ଡ ତରଫରୁ ଏଭଳି  ସୁଯୋଗ ସୃଷ୍ଟି କରାଯାଇଛି । ଯେଉଁ  ପରୀକ୍ଷାର୍ଥୀଙ୍କ ନାଁ, ଅଭିଭାବକଙ୍କ ନାଁ, ବୟସ, ସ୍କୁଲ୍‌ ନାଁ ଆଦି ଭୁଲ୍‌ ରହିଥିବ  ସେମାନେ ନିଜ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଆବେଦନ  କରିବେ । ପ୍ରଧାନଶିକ୍ଷକ ଏ ସଂପର୍କିତ ସଂଶୋଧିତ ରିପୋର୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ । ଫଳରେ ମାଟ୍ରିକ୍‌  ବୋର୍ଡ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ ହେବ । ଏପ୍ରିଲ ୧୭ ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ଆଡମିଟ୍‌ କାର୍ଡ ସଂଶୋଧନ ପ୍ରକ୍ରିୟା ଜାରି  ରହିବ ବୋଲି ବୋର୍ଡ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ  କରାଯାଇଛି । ପରବର୍ତ୍ତୀ ସମୟରେ ଏଥିପାଇଁ ଆଉ କୌଣସି  ସୁଯୋଗ ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.