ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ

Published By : Prameya | June 30, 2025 8:29 AM

କଟକ, ୩୦/୦୬: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ଦ୍ୱାରା ପରିଚାଳିତ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌  (ଏସ୍‌ଓଏସ୍‌ସି) ପରୀକ୍ଷା। ହୋମ୍‌ ସାଇନ୍ସ ଥିଓରି ପରୀକ୍ଷ ସୋମବାର  ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ  ଚାଲିବ । ସେହିପରି ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ । ୬ଟି ବିଷୟରେ ହେବାକୁ ଥିବା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍‌ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍‌ ସମୟ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ  ସମୟ ନିର୍ଘଣ୍ଟ ଜାରି କରାଯାଇଛି । 

୨୦୨୫ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍‌ ଏବଂ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୩  ହଜାର ୨୩୨ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଆବେଦନ  କରିଛନ୍ତି । ସେହିପରି ଏସ୍‌ଓଏସ୍‌ସି ପରୀକ୍ଷା ପାଇଁ ୧୦ ହଜାର  ୮୦୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ସପ୍ଲିମେଣ୍ଟାରୀ  ପରୀକ୍ଷାର୍ଥୀଙ୍କ ପାଇଁ ୯୮ ଟି ପରୀକ୍ଷା କେନ୍ଦ୍ର ଓ ଏସ୍‌ଓଏସ୍‌ସି  ପରୀକ୍ଷା ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ଦୁଇଟି ଯାକ ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ଗତକାଲି ସୁଦ୍ଧା ପ୍ରଶ୍ନପତ୍ର ଓ  ଖାତା ଆଦି ପହଞ୍ଚି ସାରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍‌ ରହିଥିଲେ ମଧ୍ୟ ପରୀକ୍ଷା ପରିଚାଳନା  ବ୍ୟବସ୍ଥାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି  ସେଣ୍ଟର୍‌ ସୁପରିଟେଣ୍ଡେଣ୍ଟ୍‌ମାନଙ୍କୁ ସତର୍କ କରାଇ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.