ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା

Published By : Suraj Kumar | August 21, 2025 6:20 PM

କଟକ,୨୧।୮ : ସ୍ବତନ୍ତ୍ର ଓଟିଇଟି ପରୀକ୍ଷା  ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେବ ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ଅଣାଯିବ ନୂଆ ବ୍ୟବସ୍ଥା। ଏଥିରେ ଜିଲ୍ଲାପାଳ ଓ ଏସପି ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିବେ। ଡିଇଓଙ୍କ ବଦଳରେ ଜିଲ୍ଲାପାଳ ଗ୍ରହଣ କରିବେ ପ୍ରଶ୍ନପତ୍ର। ପୋଲିସର ସୁରକ୍ଷା ବ୍ୟବସ୍ଥାରେ  ରହିବ ପ୍ରଶ୍ନପତ୍ର। ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ରକୁ ଜଗିବେ ପୋଲିସ। ଆଉ ଏକ ନୂଆ ଫାର୍ମରେ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। 

ଅନ୍ୟପକ୍ଷରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ  ସ୍ବତନ୍ତ୍ର ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଅଗଷ୍ଟ ୩୧ ରେ ପରୀକ୍ଷା ହେବାର ଥିଲା। ଅନିର୍ବାଯ୍ୟ କାରଣବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଛି । ପରୀକ୍ଷା ନେଇ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।   

ସୂଚନାଯୋଗ୍ୟ ଯେ, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଜୁଲାଇ ୨୦ ତାରିଖରେ   ଅନୁଷ୍ଠିତ ହେବାର ଥିଲା। ତେବେ ପରୀକ୍ଷା ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର  ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷାକୁ   ବାତିଲ କରିଥିଲେ।  ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ବୋର୍ଡ କର୍ମଚାରୀ ଜିତନ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର,   ବୋର୍ଡ ଉପଭାପତି ନିହାର ମହାନ୍ତିଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.