କଳାହାଣ୍ଡି,୨୮।୨ : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ବ୍ରାହ୍ମଣୀ ଚଞ୍ଚରା ଜୁର୍ଘାଟ ନିକଟରେ ଓଲଟିଲା ଦେଶୀ ଡ଼ଙ୍ଗା l ଏଥିରେ ୩ ଜଣ ଇନ୍ଦ୍ରାବତୀରେ ବୁଡି ଯାଇଥିବା ବେଳେ ଜଣେ ନିଖୋଜ ରହିଛି।ଅଗ୍ନିଶମ ବିଭାଗ କର୍ମଚାରୀ ଇନ୍ଦ୍ରାବତୀରେ ଖୋଜାଖୋଜି ଚଳାଇଥିଲେ ମଧ୍ୟ କୌଣସି ପତ୍ତା ମିଳିନି।

ବ୍ରାହ୍ମଣୀ ଚଞ୍ଚରା ଗାଁ ର ତିନି ଜଣ ଏକ ଦେଶୀ ଡ଼ଙ୍ଗା ସାହାଯ୍ୟ ରେ ଜଳ ଭଣ୍ଡାର ଭିତରକୁ ମାଛ ମାରି ଯାଇଥିଲେ l ଜୋର ପବନ ହେବାରୁ ଓଲଟିଲା ଡ଼ଙ୍ଗା l ଫଳରେ ଡଙ୍ଗାରେ ଥିବା ୩ ଜଣ ବୁଡି ଯାଇଥିଲେ। ଦୁଇ ଜଣ ପହଁରି କୁଳ କୁ ଆସିଥିବା ବେଳେ ଅନ୍ୟଜଣେ ଆସି ପାରି ନ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନ ଥିବା ବେଳେ ଥୁଆମୂଳ ରାମପୁର ଅଗ୍ନିଶ୍ରମ ବାହିନୀ ଆସି ଜଳ ଭଣ୍ଡାର ରେ ଖୋଜା ଖୋଜି କରୁଛନ୍ତି l

ଆହୁରି ପଢନ୍ତୁ : ସ୍କୁଟିକୁ ଧକ୍କା ଦେଲା ହାଇୱା : ଏନଆଇଟି ଛାତ୍ର ମୃତ, ଛାତ୍ରୀ ଗୁରୁତର