ବଙ୍ଗୋମୁଣ୍ଡା, ୩୦।୧: ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ବନ୍ଦଲି ପୋଖରୀରେ ଜଣେ ଯୁବକଙ୍କ ଶବ ଭାସୁଥିବାର ଦେଖାଯାଉଛି । ଯୁବକ ଜଣକଙ୍କ ନାଁ କେଶରୀ ବାଗ ବୋଲି ଜଣାପଡ଼ିଛି । ପୋଖରୀରେ ଶବ ଭସୁଥିବା ଦେଖି ଗାଁ ଲୋକେ ପୁଲିସକୁ ଏନେଇ ଖବର ଦେଇଥିଲେ । ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । କଣ୍ଟାବାଞ୍ଜି ଏସଡିପିଓଙ୍କ ସହ ବଙ୍ଗୋମୁଣ୍ଡା ଥାନା ପୁଲିସ ପହଁଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଥାନାକୁ ନିଆଯାଇଛି । ସାଇଣ୍ଟିଫିକ ଟିମ୍ ଆସିବାର ଅଛି ବୋଲି ଅନିଲ କୁମତ ସୂଚନା ଦେଇଛନ୍ତି । 

ଆହୁରି ପଢ଼ନ୍ତୁ... ​​​​​​​ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସ୍କୁଲ ବ୍ୟାଗରେ ବନ୍ଧୁକ ଜବତ ଘଟଣା, ଗ୍ରାମବାସୀଙ୍କ ଦ୍ୱାରା ୪ଘଣ୍ଟା ପୁଲିସ ଅଟକ