ଯାଜପୁର,୨୧/୧୦: ବୈତରଣି ନଦୀର ପାଟପୁର ବାଲିଘାଟ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ କେନ୍ଦୁଝର ଜିଲ୍ଲା   ଘଟଗାଁ ଅଞ୍ଚଳର ମଟକା ମୁଣ୍ଡା ୩୦ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ବୈତରଣି ନଦୀର ପାଟପୁର ବାଲିଘାଟ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସୋମବାର ସକାଳୁ ବୈତରଣୀ ନଦୀର ପାଟପୁର ବାଲି ଘାଟ ନିକଟରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ଲୋକେ ଯାଜପୁର ଟାଉନ୍ ଥାନା ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ଟିମ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।