କୋକସରା/କଲମପୁର, ୩/୩ ; ବିଜମରା ସବ୍ ମାଇନର କେନାଲରୁ ଜଣଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ମଙ୍ଗଳବାର ସକାଳେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାରୁ ବିଜମରା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଥିବା ସବ୍ ମାଇନର କେନାଲରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଓଲଟା ହେଇ ପଡିଥିବା କିଛି କିଛି ଲୋକ ଦେଖିଥିଲେ । ତୁରନ୍ତ ଏନେଇ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା ।
କୁଟୃ ପୁଲିସ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲେ । କିନ୍ତୁ ଉକ୍ତ ମୃତ ଦେହଟି ଅଂଚଳ ଲୋକଙ୍କ ପାଇଁ ଅପରିଚିତ ଥିଲା I ପରବର୍ତି ସମୟରେ କଲମପୁର ପୁଲିସ ଥାନା ଅଧିକାରୀ ବିଶମ୍ବର କହଁର ଘଟଣା ସ୍ଥଳରେ ପହଂଚିବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ଶବର ପଂଚନାମା କରାଯାଇଥିଲା । ମୃତକଙ୍କ କୌଣସି ପରିଚୟ ମିଳିନଥିବାରୁ ମୃତ ଦେହ ସଂରକ୍ଷିର୍ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।