ବାଙ୍କା,୧୯/୧୦: ଶିବ ମନ୍ଦିରକୁ ପାଣି ନେଇ ଯିବା ବେଳେ ଅଘଟଣ । ବୋଲେରୋ ଧକ୍କାରେ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ଉତ୍ୟକ୍ତ ହୋଇ ପୋଲିସ ଗାଡ଼ିକୁ ନିଆଁ ଲଗାଇଲେ ସ୍ଥାନୀୟଲୋକେ । ବିହାରର ବାଙ୍କା ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବିହାରର ବାଙ୍କା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କିଛି କାଉଡ଼ିଆ ହାଜିପୁରସ୍ଥିତ ଏକ ଶିବ ମନ୍ଦିରରେ ଜଣାଭିଷେକ ପାଇଁ ପାଣି ନେଇ ଯାଉଥିଲେ । ଏହି ସମୟରେ ଏକ ବୋଲେରୋ ଦୁର୍ଘଟଣାର ଶିକାର ହୋଇଥିଲେ ଶ୍ରଦ୍ଧାଳୁ । ଏହି ଦୁର୍ଘଟଣାରେ ୬ ଜଣ କାଉଡ଼ିଆ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ୧୨ ଜଣରୁ ଅଧିକ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଳୋକେ ତୁରନ୍ତ ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ ଘଟଣାରେ ଉତ୍ୟକ୍ତ ଲୋକେ ପୋଲିସ ସହ ବଚସା କରି ପୋଲିସ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ ।