ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଇକ୍‌ ଉପରେ ଚଢ଼ିଗଲା ସିଡିଏମ୍ଓଙ୍କ ବୋଲେରୋ, ଦୁଇ ଆରୋହୀ ଗୁରୁତର

Published By : Prameya | April 21, 2025 12:53 PM

ଭୁବନେଶ୍ୱର ୨୧/୦୪: ମୋହନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଧିର ବିଦ୍ୟାଳୟ ନିକଟରେ ବାଇକ୍‌କୁ ଧକ୍କା ଦେଇ ଚଢ଼ିଗଲା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୋଲେରୋ। ଦୁର୍ଘଟଣାରେ ବାଇକ୍ ଭାଙ୍ଗି ଚୁର୍‌ମାର ହୋଇଯାଇଥିବା ବେଳେ ଦୁଇ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାଇ, ଆଜି ମୋହନା ବ୍ଲକ ଡ଼ମ୍ବଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅଛି। ସେଥିପାଇଁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ( ସିଡିଏମଓ) ଡ଼.ମୁବାରକ ଅଲି ନିଜ ସରକାରୀ ଗାଡ଼ିରେ ଅଭିଯୋଗ ଶୁଣାଣିରେ ଯୋଗଦେବାକୁ ଯାଉଥିଲେ। ମୋହନା ବଧିର ବିଦ୍ୟାଳୟ ନିକଟରେ ଏକ ବାଇକ ସହ ସିଡିଏମଓଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସିଡିଏମଓ ଗାଡି  ବାଇକ ଉପରେ ଚଢ଼ିଯିବା ସହ ବୁଦା ଭିତରକୁ ପଶି ଯାଇଛି। ବାଇକ ଆରୋହୀ ଦିବ୍ୟ ନାୟକ ଓ ବାଇକରେ ବସିଥିବା ମହିଳା ବୃନ୍ଦାବତୀ ନାୟକ  ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ସିଡିଏମଓଙ୍କ କିଛି କ୍ଷତି ହୋଇନଥିବା ବେଳେ ଗୁରୁତରଙ୍କୁ ମୋହନା ମେଡିକାଲ ପଠାଇଥିଲେ। ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.