ନୂଆଦିଲ୍ଲୀ,୨୮/୦୨; ସକାଳୁ ସକାଳୁ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ଦକ୍ଷିଣ ଆମେରିକା ଦେଶ ବଲିଭିଆରେ ବିମାନ ଦୁର୍ଘଟଣା ହୋଇଛି । ବ୍ୟାଙ୍କ ନୋଟ୍ ନେଇ ଯାଉଥିବା ଏକ ପ୍ଲେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୂଆ କରି ଛପା ନୋଟ୍ ନେଇ ଯାଉଥିଲା ହରକ୍ୟୁଲେସ ସି-୧୩୦ ବିମାନ । ମଝି ଆକାଶରେ ଜଳି ଉଠିଲା ପ୍ଲେନ୍ । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନୋଟ୍ ଗୋଟାଇବାକୁ ଲୋକଙ୍କ ଭିଡ଼ ଲାଗିଛି । ଖରାପ ପାଗ କାରଣରୁ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି । ​​​​​​ ଏଲ୍‌ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଲୋକଙ୍କୁ ଉଦ୍ଧାର କରିବା ବଦଳରେ ବିଛାଡି ହୋଇ ପଡିଥିବା ନୋଟ୍‌ ଗୋଟାଇବାକୁ ଲୋକ୍ ଧାଁ ଦୌଡ଼ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ବିମାନଟି ଏଲ୍ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ନିୟନ୍ତ୍ରଣ ହରାଇ ନିକଟସ୍ଥ ମୁଖ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଖସି ପଡିବା ପରେ ବିମାନଟି ଏକାଧିକ ଗାଡିକୁ ଧକ୍କା  ଦେଇଥିଲା । ଏ ନେଇ ଅନେକ ଗାଡ଼ି ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଥିଲା । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି । ଦୁର୍ଘଟଣା ପରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନରେ ଥିବା କୋଟି କୋଟି ନୂଆ ଛପା ଟଙ୍କା ବିଛାଡି ହୋଇ ପଡିଥିଲା । ସୋସିଆଲ ମିଡିଆ ଭିଡିଓରେ ଦେଖିବାକୁ ମିଳିଛି କି ଶହ ଶହ ଲୋକ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପରିବର୍ତ୍ତେ ଭଗ୍ନାବଶେଷ ଭିତରେ ପଡିଥିବା ଟଙ୍କା ଗୋଟାଇବାକୁ ଧାଇଁ ଆସୁଛନ୍ତି । ପରସ୍ଥିତି ଏପରି ହେଲା ଯେ ଭିଡ଼ ନୟନ୍ତ୍ରଣ କରିବାକୁ ପୁଲିସ୍ ଏବଂ ସ୍ଥଆନୀୟ କର୍ତ୍ତୃପକ୍ଷ ପାଣି ମାଡ଼ କରିଥିଲେ । ବଲିଭିଆ କେନ୍ଦ୍ରୀୟ ବ୍ୟାଙ୍କ ନିଶ୍ଚିନ୍ତ କରିଛି କି ବିମାନଟି ଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ନୂଆ ଛପା ଯାଇଥିବା ନୋଟ୍ ନେଇଯାଉଥିଲା ।

 

​​​​​​​​​​​​​​

​​​​​​​ବିମାନ ବନ୍ଦର ବନ୍ଦ, ତଦନ୍ତ ଆରମ୍ଭ-  ଭୟଙ୍କର ଦୁର୍ଘଟଣା ପରେ ଏଲ୍ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଉଛି । ସମସ୍ତ ଉଡ଼ାଣ ସ୍ଥଗିତ ରଖାଯାଇଛି । ବଲିଭିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିଶମ ବିଭାଗ ମୁଖ୍ୟ ପାଭେଲ ଟୋଭାର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ବିମାନ କର୍ମଚାରୀ ଏବଂ ରାସ୍ତାରେ ଯାଉଥିଲା ଲୋକ ସାମିଲ ଅଛନ୍ତି । ଆହତଙ୍କୁ ବର୍ତ୍ତମାନ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଏହା ବି ପଡନ୍ତୁ...ସୁଧୁରୁଛି ଭାରତ-କାନାଡା ସମ୍ପର୍କ, ମୋଦୀଙ୍କ ନିମନ୍ତ୍ରଣରେ ମୁମ୍ବାଇରେ ପହଞ୍ଚିଲେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି…