ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

'ସୋଲେ'ର ରି-ରିଲିଜ୍‌କୁ ନେଇ ଭାରତୀୟ ପ୍ରଶଂସକ ଅସନ୍ତୁଷ୍ଟ, ନିର୍ମାତାଙ୍କୁ ପଚାରିଲେ ଏହି ପ୍ରଶ୍ନ

Published By : Anindita Ratha | August 10, 2025 10:45 AM

ମୁମ୍ବାଇ,୧୦/୦୮: 'ସୋଲେ', ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ଚଳଚ୍ଚିତ୍ର । ଯାହା ଆସନ୍ତା ସପ୍ତାହରେ ଏହାର ରିଲିଜକୁ ୫୦ ବର୍ଷ ପୂରଣ ହେବାକୁଯାଉଛି। ରମେଶ ସିପ୍ପିଙ୍କ ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମିତ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ତେବେ ଏହି ଫିଲ୍ମର  ୫୦ ବର୍ଷ ପୂର୍ତ୍ତୀ ଅବସରରେ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଏହି ଚଳଚ୍ଚିତ୍ରକୁ ୪କେ ସଂସ୍କରଣରେ ପୁନଃ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏହାର ସ୍କ୍ରିନିଂ ଲିମିଟେଡ୍ ରହିବ ।           

ସୋଲେର ଏହି ସ୍କ୍ରିନିଂ କେବଳ ଟୋରଣ୍ଟୋରେ ହେବ। ଶୁକ୍ରବାର ଦିନ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ସୋସିଆଲ ମିଡିଆରେ ସୋଲେର ରିଷ୍ଟୋର୍ଡ ସଂସ୍କରଣ ନର୍ଥ ଆମେରିକାରେ ପ୍ରିମିୟରର ଘୋଷଣା କରିଛି। ଫିଲ୍ମର ଏକ ପୋଷ୍ଟର ସେୟାର କରି ସେମାନେ ଲେଖିଛନ୍ତି,'ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ 'ସୋଲେ' (୧୯୭୫), ଟିଆଇଏଫଏଫ ଟୋରଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ରିଷ୍ଟୋର୍ଡ ସଂସ୍କରଣର ନର୍ଥ ଆମେରିକୀୟ ପ୍ରିମିୟର ସହିତ ୫୦ ବର୍ଷ ପାଳନ କରିବ। 'ସୋଲେ'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ୧୮୦୦ ସିଟ୍ ବିଶିଷ୍ଟ ରୟ ଥମସନ୍ ହଲରେ ସେପ୍ଟେମ୍ବର ୬,୨୦୨୫ରେ ହେବ।

ଏହି ପୋଷ୍ଟର କମେଣ୍ଟରେ ଭାରତୀୟ ଫ୍ୟାନ୍ସ କ୍ରୋଧିତ ହୋଇଥିବା ନଜର ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସମାନ ପ୍ରଶ୍ନ ପଚାରିଛନ୍ତି ଯେ -ଏହା ଭାରତରେ କେବେ ମୁକ୍ତିଲାଭ କରୁଛି ? ୧୫ ଅଗଷ୍ଟରେ ସୋଲେ ଏହାର ମୁକ୍ତିଲାଭକୁ ୫୦ ବର୍ଷ ପୂରଣ କରୁଛି ଏବଂ ଏପର୍ଯ୍ୟନ୍ତ ନିର୍ମାତା କିମ୍ବା FFI ଚଳଚ୍ଚିତ୍ରର ଏହି ସଂସ୍କରଣକୁ ଥିଏଟରରେ ପୁନଃ ମୁକ୍ତିଲାଭ କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି । ୨୦୦୫ ମସିହାରେ ଯେତେବେଳେ ସୋଲେ ୩୦ବର୍ଷ ପୂରଣ କରିଥିଲା, ସେତେବେଳେ ୭୦ମିମି ରିଷ୍ଟୋର ସଂସ୍କରଣ ଥିଏଟରରେ ରି-ରିଲିଜ ହୋଇଥିଲା ଏବଂ ଏହା ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା।'ସୋଲେ'ରେ ଅମିତାଭ ବଚ୍ଚନ,ଧର୍ମେନ୍ଦ୍ର,ସଞ୍ଜୀବ କୁମାର,ଅମଜାଦ ଖାନ,ଜୟା ବଚ୍ଚନ ଏବଂ ହେମା ମାଳିନୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ୧୯୭୫ ମସିହାରେ ମୁକ୍ତିଲାଭ କରିବା ପରେ ଏହି ଚଳଚ୍ଚିତ୍ରଟି ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା।












Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.