ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବୟସର ଅପରାହ୍ନରେ ବି ଅଭିନୟରେ ଆକ୍ଟିଭ ଏହି ୫ ଷ୍ଟାର

Published By : Ankita S | November 23, 2024 3:10 PM

ମୁମ୍ବାଇ,୨୩/୧୧: ଅଭିନୟ ସେମାନଙ୍କ ପାଇଁ ନିଶା । ତେଣୁ ବୟସ କେବେ ସେମାନଙ୍କ ପାଇଁ ବାଧକ ସାଜିନାହିଁ । ସେମାନେ ବୟସକୁ ହରାଇ ଅଭିନୟରେ ଆଜି ବି ଆକ୍ଟିଭ ଅଛନ୍ତି । ବୟସ ହେଲେ ବି ସେମାନଙ୍କ ହାତକୁ ଫିଲ୍ମ ପ୍ରୋଜେକ୍ଟ ଆସୁଛି । ଆଉ ସେମାନେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ବୟସର ଅପରାହ୍ନରେ ବି କିଛି ଅଭିନେତାଙ୍କ ଆକ୍ଟିଂଙ୍କୁ ଆଜି ବି ଫ୍ୟାନ୍ସ ଅପେକ୍ଷା କରିଛନ୍ତି । ନଜର ପକାନ୍ତୁ  ସେହି ତାଲିକାରେ ଥିବା ୫ ଷ୍ଟାରଙ୍କ ଉପରେ...

ଅନୁପମ ଖେର- ନିକଟରେ ଅଭିନେତା ଅନୁପମ ଖେର 'ବିଜୟ ୨୯'ରେ ନଜର ଆସିଥିଲେ । ଏହି ଫିଲ୍ମରେ ଅନୁପମ ଖେର ଅବସର ପରେ ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । କମେଡି ହେଉ କି ସପୋଟିଙ୍ଗ ସବୁଥିରେ ନିଜର ଦମଦାର ଅଭିନୟ କରିଛନ୍ତି ଅନୁପମ ଖେର ।

ଅମିତାଭ ବଚ୍ଚନ-ବିଗ୍ ବି ମେଗାଷ୍ଟାର ଅମିତାଭ ବଚ୍ଚନ । ଏବେ ବି ଅଭିନୟରେ ଆକ୍ଟିଭ ଅଛନ୍ତି ଅମିତାଭ ବଚ୍ଚନ । ନିକଟରେ କଳକୀ ଏଡି ୨୮୯୮ରେ ନଜର ଆସିଥିଲେ । ବର୍ତ୍ତମାନ ସେ କୌନ ବନେଗା କରୋଡ ପତିରେ ଉପସ୍ଥାପକ ଦାୟିତ୍ବ ତୁଲାଉଛନ୍ତି ।

ପରେଶ  ରାୱଲ- ବଲିଉଡର ଭର୍ସାଟାଇଲ ଅଭିନେତା ଟ୍ୟାଗ ପାଇଥିବା ପରେଶ ରାୱଲ ଆଜି ବି ଆକ୍ଟିଭ । କମେଡି ହେଉ କି ଭିଲିଏନ କି ସପୋଟିଙ୍ଗ ଚରିତ୍ର ସେ ସବୁଥିରେ ଫ୍ୟାନ୍ସଙ୍କ ପସନ୍ଦ ରହିଛନ୍ତି । ନିକଟରେ ପରେଶ ରାୱଲ ' ଶହଜାଦା'  ଓ 'ଆଖ ମିଚୋଲୀ'  ଫିଲ୍ମରେ ନଜର ଆସିଥିଲେ । ପରେଶ ରାୱଲଙ୍କ ଅଭିନୀତ 'ହେରା ଫେରୀ'  ଚଳଚ୍ଚିତ୍ର ସବୁବେଳେ ଫ୍ୟାନ୍ସଙ୍କ ପ୍ରଥମ ପସନ୍ଦ ରହିବ ।

ଧର୍ମେନ୍ଦ୍ର- ଅଭିନେତା ଧର୍ମେନ୍ଦ୍ରଙ୍କୁ ବୟସ ଅଧିକ ହୋଇଗଲାଣି । ତଥାପି ସେ ଅଭିନୟରେ ଆକ୍ଟିଭ ।  ବୟସ ହୋଇଥିଲେ ବି ଆକ୍ଟିଙ୍ଗ କରିବା ଛାଡି ନାହାନ୍ତି । ୨୦୨୩ରେ ତାଙ୍କ ଅଭିନୀତ ଫିଲ୍ମ 'ରକି ରାନୀ କି ପ୍ରେମ କାହାଣୀ' ଆସିଥିଲା । ଯେଉଁଥିରେ ଧର୍ମେନ୍ଦ୍ର ରଣବୀର ସିଂହଙ୍କ ଜେଜେ ଭୂମିକା ତୁଲାଇଥିଲେ .

ଜ୍ୟାକି ସର୍ଫ- ଅଭିନେତା ଜ୍ୟାକି ସର୍ଫ ନିକଟରେ 'ସିଘଂମ ଏଗେନ' ଫିଲ୍ମରେ ନଜର ଆସିଥିଲେ । ସେ ତାଙ୍କ ଅଭିନୟ ପାଇଁ ପ୍ୟାନ୍ସଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରରୀରେ ସେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସିଘଂମ ଫିଲ୍ମରେ ଅଜୟ ଦେବଗନ ଓ ଜ୍ୟାକିଙ୍କ ମଧ୍ୟରେ ପୁରୁଣା ଶତ୍ରୁତାକୁ ଦର୍ଶାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.