ମୁମ୍ବାଇ,୧୭\୭ : ଡେଲିଭରି ପରଠୁ କୌଣସି ଫଟୋରେ ନଜର ଆସୁ ନାହାଁନ୍ତି କ୍ୟାଟ୍ରିନା । ତାଙ୍କ ଆଗାମୀ ଫିଲ୍ମ କିମ୍ବା ପ୍ରୋଜେକ୍ଟ ବିଷୟରେ ବି ମିଳିନି କିଛି ଅପଡେଟ୍ । ସେ କେବଳ ଏବେ ନିଜର ମାତୃତ୍ବକୁ ଉପଭୋଗ କରୁଛନ୍ତି । ଅନ୍ୟପଟେ ଭିକି କୌଶଲ୍ ଲାଗାତାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ 'ଛାବା'ରେ ଧମାଲ୍ କରିବା ପରେ ସଂଜୟଲୀଲା ଭସାଂଲିଙ୍କ 'ଲଭ୍ ଆଣ୍ଡ ୱାର'ରେ କାମ କରୁଛନ୍ତି । ଏହା ସହିତ 'ମହାବତାର ନରସିଂହ'ରେ ମଧ୍ୟ ନଜର ଆସିବେ । ଏସବୁ ଭିତରେ କ୍ୟାଟ୍ ଗତକାଲି ବା ୧୬ ଜୁଲାଇରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଅଭିନେତ୍ରୀ ଏବେ ଲାଇମଲାଇଟ୍ ରୁ ଦୂରରେ ଅଛନ୍ତି । ଏମିତିକି ସୋସିଆଲ ମିଡିଆରୁ ଏତେ ଆକ୍ଟିଭ ନାହାଁନ୍ତି । ତବେ ଭିକି ସେୟାର କରିଥିବା ଫଟୋ ଦେଖି ଫ୍ୟାନ୍ସ ଖୁସି ହୋଇଛନ୍ତି । 

କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ୍ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଜଣେ । ଯାହାଙ୍କୁ ଲୋକେ ଫଲୋ କରନ୍ତି ଓ ଭଲ ପାଇବା ଦିଅନ୍ତି । ଭିକି କୌଶଳ ତାଙ୍କ ପତ୍ନୀଙ୍କ ଜନ୍ମଦିନରେ କିଛି ସ୍ୱତନ୍ତ୍ର ପୋଷ୍ଟ କରିବେନି ସେମିତି କେମିତି ହୋଇପାରିବନି । ସମସ୍ତେ ବାସ୍ ଜନ୍ମଦିନ ସେଲିବ୍ରେସନର ଫଟୋ ପାଇଁ ଅପେକ୍ଷା କରିଥିଲେ ।  ଭିକି ଫଟୋ ସେୟାର କରିବା ମାତ୍ରେ କମେଣ୍ଟ ବର୍ଷା ହୋଇଥିଲା। ଭିକି ନିଜ କ୍ୟାପସନରେ ଲେଖିଥିଲେ, "ଜାନ୍ କା ଜନମଦିନ୍ ",ଏହା ସହିତ ଏକ ହାର୍ଟ ଇମୋଜି । 

ଏ ବର୍ଷ ଜନ୍ମଦିନ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀଙ୍କ କୋଳରେ ନଜର ଆସିଛନ୍ତି । ଅଭିନେତ୍ରୀ ବ୍ଲସ୍ କରୁଛନ୍ତି । ଭିକି ଗୋଟିଏ ହାତରେ କେକ୍ ଏବଂ ଅନ୍ୟ ହାତରେ ସ୍ତ୍ରୀଙ୍କୁ ଧରିଛନ୍ତି। ଏହି ଫଟୋଟି ସେମାନଙ୍କ ଘରର, ଯାହା ବେଲୁନରେ ସଜାଯାଇଛି । ଏହି ଫଟୋ ଉପରେ ଫ୍ୟାନ୍ସ କମେଣ୍ଟ କରି କହୁଛନ୍ତି ଯେ ପୁଅକୁ ବି ସାଥିରେ ଧରିବା ଉଚିତ୍ ଥିଲା। ପ୍ରକୃତରେ, କ୍ୟାଟ୍ରିନା ଭିକିଙ୍କ ଜନ୍ମଦିନରେ ତାଙ୍କ ପୁଅର ଏକ ଝଲକ ଦେଖାଇଥିଲେ, କିନ୍ତୁ ଶିଶୁର ମୁହଁ ଏବେ ରିଭିଲ୍ ହୋଇନି । ଏମିତିରେ ବି  ଭିକି ଇନଷ୍ଟାଗ୍ରାମରେ ବହୁତ କମ୍ ଫଟୋ ମଧ୍ୟ ସେୟାର କରନ୍ତି ।

କହି ରଖୁଛୁ କି , କ୍ୟାଟ୍ରିନା ଏବଂ ଭିକି ଡିସେମ୍ବର ୯, ୨୦୨୧ ରେ ବିବାହ କରିଥିଲେ । ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାଡାରେ ଏହି ୱେଡିଂ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ କେବଳ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କ ପରିବାର ଉପସ୍ଥିତ ଥିଲେ । ନଭେମ୍ବର ୭, ୨୦୨୫ରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନ ବିହାନ କୌଶଲକୁ ସ୍ୱାଗତ କରିଥିଲେ। ସେମାନଙ୍କ ପୁଅ ବର୍ତ୍ତମାନ ପ୍ରାୟ ୮ ମାସ ୧୦ଦିନର ହେବ ବୋଲି ଜଣା ପଡ଼ିଛି ।