ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗବର ସିଂହଠୁ ନେଇ ମୁଗାମ୍ବୋ ଯାଏ, ଜାଣନ୍ତୁ ବଲିଉଡର ଏହି ଖଳନାୟକଙ୍କ ରିୟଲ ଲାଇଫ୍

Published By : Ankita S | February 25, 2025 2:00 PM

ମୁମ୍ବାଇ,୨୫/୦୨: ଗୋଟିଏ ଫିଲ୍ମ ହିଟ୍ କେତେବେଳେ ହୁଏ ? ସ୍କ୍ରିପ୍ଟ , ଅଭିନୟ ଗୀତକୁ ନେଇ ଚଳଚ୍ଚିତ୍ର ପ୍ରଶଂସା ସାଉଁଟେ । ପଜିଟିଭ ସହ ନେଗେଟିଭ କ୍ୟାରେକ୍ଟର ମଧ୍ୟ ଫିଲ୍ମରେ ଗୁରୁତ୍ବ ବହନ କରିଥାଏ । ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଛନ୍ତି ଯିଏ ଖଳନାୟକ ଚଳଚ୍ଚିତ୍ରକୁ ଖୁବ ସୁନ୍ଦର ଭାବେ ତୁଲାଇଥାନ୍ତି । କୁହାଯାଏ କି ଯଦି ଭିଲେନ ଦମଦାର ତେବେ ଫିଲ୍ମର ମଜା ଦ୍ବିଗୁଣା ହୋଇଥାଏ । ହିରୋ ଆଗରେ ତଗଡା ଭିଲେନ୍ ରହିବା ଜରୁରୀ । ଆଉ ବଲିଉଡ କିଛି ସେମିତି ଭିଲେନ ଭେଟି ଦେଇଛି ମଧ୍ୟ । ଗବର ସିଂହ, ମୁଗାମ୍ବୋ, କାଚା ଚୀନା ପରି ଖଳନାୟକ ଆମେ ଦେଖିଛି । ସେମାନଙ୍କର ଦମଦାର ଭୂମିକା ଦେଖିବାକୁ ମିଳିଛି । ସେମାନେ ବାସ୍ତବ ଜୀବନରେ କେମିତି ? ପ୍ରକୃତରେ ସେମାନେ କେବଳ ପରଦାର ଖଳନାୟକ ରିଅଲ ଲାଇଫରେ ବହୁତ ଶାନ୍ତ ସ୍ବଭାବର ।

ଅମରେଶ ପୁରୀ- ବଲିଉଡର ସବୁଠୁ ଫେମସ୍ ଜଣାଶୁଣା ଅଭିନେତା ଅମରେଶ ପୁରୀ । ସେ ଉଭୟ ନେଗେଟିଭ ଓ ପିଜିଟିଭି କ୍ୟାରେକ୍ଟରକୁ ନିଖୁଣ ଭାବେ ତୁଲାନ୍ତି । ପରଦାରେ ଖଳନାୟକ ଭୂମିକା ତୁଲାଉଥିଲେ ବି ଅସଲ ଜୀବନରେ ବହୁତ ଶାନ୍ତ ଏବଂ ମଜାଳିଆ ବ୍ୟକ୍ତିତ୍ବ ଥିଲେ । ଅମେରେଶ ପୁରୀଙ୍କ ପତ୍ନୀ ଦକ୍ଷିଣ ଭାରତୀୟ । ସେ ଶିକ୍ଷୟତ୍ରୀ ଥିଲେ । ଅମରେଶ ପୁରୀ ଏକ ବିମା କମ୍ପାନୀରେ କାମ କରୁଥିବା ବେଳେ ପ୍ରେମରେ ପଡିଥିଲେ । ତାଙ୍କ ପ୍ରେମକୁ ପ୍ରଥମେ ପରିବାରର ଅନୁମତି ମିଳିନଥିଲା । ପରେ ଦୁହେଁ ବିବାହ କରିଥିଲେ ।


ଅମଜଦ ଖାନ୍- ବଲିଉଡର ଗବର ସିଂହ ଅମଜଦ ଖାନ୍ । ତାଙ୍କର ଏହି ଅଭିନୟ ଏତେ ଫେମସ୍ ଯେ ଆଜି ବି ପିଲା ତାଙ୍କ କପି କରୁଥିବା ଦେଖିବାକୁ ମିଳେ । ପରଦାରେ ଭିଲେନ ଅମଜଦ ଖାନ ରିୟଲ ଲାଇଫରେ ଜଣେ ବହୁତ ଭଲ ବ୍ୟକ୍ତି । ଅସୁବିଧା ସମୟରେ ଲୋକଙ୍କୁ ସାହାଯ୍ୟ କରିନ୍ତି । ମାତ୍ର ଦିନେ ଏମିତି ସମୟ ଆସିଲା ତାଙ୍କୁ ନିଜକୁ ନିଜ ସାହାଯ୍ୟ କରିବାକୁ ପଡିଥିଲା । ତାଙ୍କ ପତ୍ନୀଙ୍କ ପ୍ରଥମ ସନ୍ତାନ ଜନ୍ମ ସୟରେ ତାଙ୍କୁ ଡାକ୍ତରଖାନା ନେବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ଏତେ ବଡ ନେମ୍ ଫ୍ରେମ୍ ଥାଇ ବି ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

କବୀର ବେଦୀ- ସମୟ ଥିଲା କବୀର ବେଦୀ ଇଣ୍ଡଷ୍ଟ୍ରୀର ସବୁଠୁ ହ୍ୟାଣ୍ଡସମ୍ ଅଭିନେତା ଥିଲେ । ଲୁକସ୍ ପାଇଁ ଫିଦା  ଥିଲେ ଝିଅ । ସେ ୪ଟି ବିବାହ କରିଛନ୍ତି । ଦୁଇ ପିଲାଙ୍କ ବାପା କବୀର ବେଦୀ ଓଡିଶୀ ଡାନ୍ସର ପ୍ରତିମା ବେଦୀଙ୍କୁ ବିବାହ କରିଥିଲେ । କିସମତ, ରାଜନ, ସନଦୋକନ ପରି ଫିଲ୍ମରେ ତାଙ୍କର ଦମଦାର ଭୂମିକାରେ ଦେଖିବାକୁ ମିଳିଥିଲା ।

ଆଶୁତୋଷ ରାଣା- ଫିଲ୍ମ 'ଦୁଶମନ୍'ରେ ଆଶୁତୋଷ ରାଣାଙ୍କ ଅଭିନୟକୁ କିଏ ବା ଭୁଲିବ । ସେ ତାଙ୍କ କ୍ୟାରିୟରେ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଭିଲେନ କ୍ୟାରେକ୍ଟର ପ୍ଲେ କରୁଥିବା ଆଶୁତୋଷ ରିୟଲ ଲାଇଫରେ ଜଣେ ଆଦର୍ଶବାଦୀ ବ୍ୟକ୍ତି । ସେ ଅଭିନେତ୍ରୀ ରେଣୁକା ଶହାଣେଙ୍କୁ ପ୍ରେମ ବିବାହ କରିଥିଲେ । ଏ ପ୍ରେମ କାହାଣୀ ବି ଏକ ଫିଲ୍ମ ପରି । ରେଣୁକା ନାଁ କମାଇ ସାରିଥିଲେ ସେବେ ଆଶୁତୋଷ ନାମ କମାଇବାକୁ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରୁଥିଲେ । ଏକ ପାର୍ଟିରେ ଦୁଇ ଜଣଙ୍କର ଦେଖା ହୋଇଥିଲା । ବନ୍ଧୁରୁ ପ୍ରେମରେ ପଡିଥିଲେ ଦୁହେଁ । ପରେ ପରସ୍ପରକୁ ଜୀବନସାଥୀ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.