ଭୁବନେଶ୍ବର,୨୮/୧୧: ଭୁବନେଶ୍ବରରେ ବୋମା ବିସ୍ଫୋରଣ। ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ସୂଚନା ମୁତାବକ, ଆଜି ସକାଳ ୮ ଟା ବେଳେ ବୋମା ଫୁଟିଥିଲା। ଦୃର୍ବୃତ୍ତମାନେ ବୋମାକୁ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୁଲିସ ପହଞ୍ଚି ଛନଭିନ୍ କରୁଛି। କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୁଲିସ। ତେବେ କିଏ କେଉଁଠାକୁ ଆଉ କେଉଁ ଆଡେ ବୋମା ନେଉଥିଲେ ତାର ପୁଲିସ ତନାଘନା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭିର ଯାଞ୍ଚ୍ ଚାଲିଛି।