ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବଣେଇ ଆଇଟିଡିଏର ପିଏ ବିଶ୍ୱଦର୍ଶୀ ସାହୁଙ୍କୁ ଗିରଫ କରିବ ଭିଜିଲାନ୍ସ: ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ହୋଇଥିଲା ଠାବ

Published By : Prameya | January 31, 2025 10:02 AM

ବଣାଇଁ,୩୧/୦୧: ଭୁବନେଶ୍ୱରରୁ ବାଲେଶ୍ୱର ।  ଯାଜପୁରରୁ ସୁନ୍ଦରଗଡ଼ । ସବୁଠି କୋଠାବାଡ଼ି, ଫ୍ଲାଟ,  ଜମି । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସମନ୍ୱିତ ଆଦିବାସୀ  ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ  (ପିଏ) ବିଶ୍ୱଦର୍ଶୀ ସାହୁଙ୍କ ଅଚଳାଚଳ ସମ୍ପତ୍ତି ଦେଖି  ଟେରା ହୋଇଛି ଭିଜିଲାନ୍ସ ଆଖି । ଆୟବହିର୍ଭୂତ  ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ସାହୁଙ୍କ ୭  ଠିକଣାରେ ଗୁରୁବାର ଚଢ଼ଉ ହୋଇଥିଲା । ଏହି  ସମୟରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ  ହୋଇଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି । ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।   

ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗରରୁ  ୩୬୦୦ ବର୍ଗଫୁଟ୍‌ର ବହୁତଳ କୋଠା,  ଲକ୍ଷ୍ମୀସାଗରସ୍ଥିତ ଭଗବାନ୍‌ ଟାୱାର ତୃତୀୟ  ମହଲାରେ ୧୫୦୦ ବର୍ଗଫୁଟ୍‌ର ଫ୍ଲାଟ୍‌ ନଂ. ୩୦୪,  ୟୁନିଟ୍‌-୩ ଖାରବେଳନଗର ଇଭୋସ୍‌ ଗ୍ୟାଲେକ୍ସିର  ଚତୁର୍ଥ ମହଲାରେ ଫ୍ଲାଟ ନଂ.୪୦୨, ବାଲେଶ୍ୱର  ଏନ୍‌ଏନ୍‌ ସେନ୍‌ ରୋଡ୍‌ସ୍ଥିତ ସୁକୁମାର ନାୟକ  ଆପାର୍ଟମେଣ୍ଟରେ ଫ୍ଲାଟ୍‌ ନଂ.୩୦୨ ଠାବ ହୋଇଛି ।  ଇଭୋସ୍‌ ଗ୍ୟାଲେକ୍ସିର ଚତୁର୍ଥ ମହଲାରେ ଫ୍ଲାଟ  କିଣିବା ନିମନ୍ତେ ଶ୍ରୀ ସାହୁ ୮୨ ଲକ୍ଷ ଟଙ୍କା ଅଗ୍ରୀମ  ଦେଇଛନ୍ତି । 

ସେହିପରି ଯାଜପୁରରେ  ସମ୍ପର୍କୀୟଙ୍କ ଘର, ବଣାଇଁସ୍ଥିତ  ସରକାରୀ କ୍ୱାର୍ଟର୍ସ ଓ କାର୍ଯ୍ୟାଳୟରେ  ଚଢ଼ଉ କରି ଭିଜିଲାନ୍ସ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।  ଭୁବନେଶ୍ୱର ଓ ପୁରୀରେ ଶ୍ରୀ  ସାହୁଙ୍କ ୯ଟି ପ୍ଲଟ୍‌ ଠାବ ହୋଇଛି ।  ୧୫୦ ଗ୍ରାମ୍‌ ସୁନା, ନଗଦ ୪ ଲକ୍ଷ  ୫୧ ହଜାର ଟଙ୍କା, ଏକ ଦାମୀ କାର୍‌,  ୪ ବାଇକ୍‌ ମିଳିଛି । ଗାଡ଼ି ଏବଂ ଗୃହପୋକରଣର  ମୂଲ୍ୟ ୨୧ ଲକ୍ଷ ୧୪ ହଜାର ଟଙ୍କା ହେବ । ବ୍ୟାଙ୍କ ଓ ବୀମା ଜମା ବାବଦ ୬୧ ଲକ୍ଷ ୪୨ ହଜାର ଟଙ୍କା ଠାବ  ହୋଇଛି । ଶ୍ରୀ ସାହୁଙ୍କ ସ୍ତ୍ରୀଙ୍କ ନାମରେ ଭୁବନେଶ୍ୱର  ବାପୁଜୀନଗର ଷ୍ଟେଟ୍‌ ବ୍ୟାଙ୍କରେ ଏକ ଲକର ରହିଛି ।  ଶ୍ରୀ ସାହୁ କହିଛନ୍ତି, ପରିବାରର ଅନେକ ସଦସ୍ୟ ଚାକିରିଆ । ବ୍ୟବସାୟ ମଧ୍ୟ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.