ପାଟଣାଗଡ଼ ୧୭/୧୧ : ସ୍ଥାନୀୟ ହରିଶଙ୍କର ସମ୍ମିଳନୀ ସଦନ କକ୍ଷ ଠାରେ ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିବା ଘଟଣାବଳୀର ଉପରେ ଆଧାରିତ ଆଇନଜୀବୀ ଆଶିଷ କୁମାର ଚନ୍ଦନ ଙ୍କ ଦ୍ଵାରା ରଚିତ " ପାର୍ସଲ ବୋମା ଇନ୍ ଏ କୋର୍ଟ ରୁମ" ପୁସ୍ତକ ଆଜି ମଧ୍ୟାହ୍ନ ରେ ଲୋକାର୍ପଣ ହୋଇଯାଇଛି। ଆୟୋଜିତ ଲୋକାର୍ପଣ ଉତ୍ସବ ରେ ଡ଼ଃ ଗିରିବର ଧାରୀ ପାଣିଗ୍ରାହୀ ଓ ବଲାଙ୍ଗୀର ବରିଷ୍ଠ ଅଧିବକ୍ତା ତଥା ଆଇନଜୀବୀ ବାଳକୃଷ୍ଣ ନନ୍ଦ (ରାଖାଳ) ମୂଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ଏହି ଲୋକାର୍ପିତ ଉତ୍ସବରେ ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୂଝାରୀ, ବରିଷ୍ଠ ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନାୟକ, ସିଦ୍ଧାର୍ଥ ମିଶ୍ର ,ରାଣା ପ୍ରଧାନ, ଇନ୍ଦୁ ଭୂଷଣ ଠାକୁର, ଚିନ୍ତାମଣି ରାଉତ, ସୁବାଷ ଆଚାର୍ଯ୍ୟ, ପ୍ରମୁଖ ଆଇନଜୀବୀ, ବୁଦ୍ଧିଜୀବୀ, ଡାକ୍ତର, ଜନସାଧାରଣଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।