ନାକଟିଦେଉଳ,୧।୬ : ଗଛରୁ ତଳେ ପଡି ଜଣେ ନାବାଳକର ମୃତ୍ୟୁ ଘଟିଛି । ତେବେ ଏହି ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗ ବାଟଗାଁ ପଞ୍ଚାୟତ ଗଦାଧରପୁର ଗାଁରେ । ମୃତ ନାବାଳକ ଜଣକ ହେଲେ ଗଦାଧରପୁର ଗ୍ରାମର ରବି କଂସାରିଙ୍କ ପୁଅ ବାବୁସାନ କଂସାରି (୧୧)
ସୂଚନା ଅନୁସାରେ ବାବୁସାନ ସାଙ୍ଗ ମାନଙ୍କ ସହ ଜାମୁକୋଳି ଖାଇବା ପାଇଁ ଜାମୁ ଗଛକୁ ଚଢି କୋଳି ତୋଳୁଥିବା ବେଳେ ଗଛରୁ ଉପରୁ ତଳକୁ ପଡି ଯିବାରୁ ପେଟରେ ଏକ କାଠ କିଳା ପଶିଯାଇଥିଲା । ପରିବାର ଲୋକେ ବାବୁସାନକୁ ରକ୍ତ ଜୁଡୁବୁଡ ଅବସ୍ଥାରେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।