ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ମୁଁ ତୁମକୁ ଭୟ କରେନି’: ଜି-୨୦ ସମ୍ମିଳନୀରେ ଏଲନ ମସ୍କଙ୍କୁ ଅପମାନ କଲେ ବ୍ରାଜିଲ୍‌ର ଫାଷ୍ଟ ଲେଡି

Published By : Tapas Panda | November 18, 2024 10:21 PM

Image Courtesy: ndtv

ନୂଆଦିଲ୍ଲୀ: ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ପତ୍ନୀ ଏବଂ ଦେଶର ପ୍ରଥମ ମହିଳା ଜାନଜା ଲୁଲା ଦା ସିଲଭା ଟେସଲା ମାଲିକ ଏଲନ ମସ୍କଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଶନିବାର ଜି-୨୦ର ଏକ ସାମାଜିକ କାର୍ଯ୍ୟକ୍ରମ ସମୟରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ସେ ଗାଳିଗୁଲଜ କରିଥିବା କୁହାଯାଉଛି । ଜାନଜା ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ଆଣିବା ଏବଂ ଭୁଲ ସୂଚନା ପ୍ରସାରଣ ଉପରେ ରୋକ ଲଗାଇବା ସଂପର୍କରେ କହୁଥିବା ବେଳେ ମସ୍କଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି ।  

 କାର୍ଯ୍ୟକ୍ରମରେ ସେ କହୁଥିବା ବେଳେ ହଠାତ ଜାହାଜର ହର୍ଣ୍ଣ ବାଜି ଉଠିଥିଲା । ଏହା ଶୁଣି ସେ ଥଟ୍ଟା କରି କହିଥିଲେ, ମୋତେ ଲାଗୁଛି ଇଏ ଏଲନ ମସ୍କ  । ସେ ଆହୁରି କହିଥିଲେ, ମୁଁ ତୁମକୁ (ଏଲନ ମସ୍କଙ୍କ) ଭୟ କରେ ନାହିଁ  ।  ଏହା ସହ ଜାନଜା ଲୁଲା ଦା ସିଲଭା ଟେସଲା ମାଲିକଙ୍କ ସଂପର୍କରେ ଅପଶବ୍ଦ ବ୍ୟବହାର କରିଥିଲେ । ସେପଟେ ଜାନଜା ଲୁଲା ଦା ସିଲଭାଙ୍କ ଏକ ଭିଡିଓ ପୋଷ୍ଟ ଉପରେ ଏଲନ ମସ୍କ ହସୁଥିବା ଗ୍ରାଫିକ ଇମୋଜୀ ପ୍ରତିକ୍ରିୟାରେ ଦେଇଛନ୍ତି । ଅନ୍ୟ ଏକ ପୋଷ୍ଟରେ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କୁ ଇଙ୍ଗିତ କରି ଏଲନ ମସ୍କ ଲେଖିଛନ୍ତି, ‘ସେମାନେ ଆଗାମୀ ନିର୍ବାଚନରେ ପରାସ୍ତ ହେବାକୁ ଯାଉଛନ୍ତି ।’ 

 ସୂଚନାଯୋଗ୍ୟ, ଚଳିତ ମାସ ମସ୍କଙ୍କ ସୋସିଆଲ ମେସେଜିଂ ନେଟଓ୍ବର୍କ ଏକ୍ସ ଉପରେ ବ୍ରାଜିଲ୍‌ରେ ପ୍ରତିବନ୍ଧକ ଲଗାଯାଇଛି  । ଭୁଲ ଖବର ପ୍ରସାର କରୁଥିବା କେତେକ ଆକାଉଣ୍ଟକୁ ବନ୍ଦ କରିବାକୁ ନେଇ କୋର୍ଟଙ୍କ ଅର୍ଡରକୁ ଅବମାନନା କରିଥିବାରୁ ଏକ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ରାଜିଲ ସରକାର । ଗତ ବର୍ଷ ବ୍ରାଜିଲର ଫାଷ୍ଟ ଲେଡି ଜାନଜାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା, ଯେଉଁଥିପାଇଁ ସେ ସୋସିଆଲ ମିଡିଆ କମ୍ପାନି ଏକ୍ସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.