ନୂଆଦିଲ୍ଲୀ,୧୦/୦୯; ବିଶ୍ୱ କ୍ରିକେଟରେ ଅନେକ ଆଶ୍ଚର୍ଯ୍ୟଜନକ ରେକର୍ଡ ସୃଷ୍ଟି ହୋଇଛି । ଯେଉଁଥିରେ ଟେଷ୍ଟ କ୍ରିକେଟ ମଧ୍ୟ ସାମିଲ ଅଛି । ଜଣେ ବୋଲରଙ୍କୁ ଗୋଟିଏ ଇନିଂସରେ ୧୦ ୱିକେଟ୍ ନେବାର ଖବର ଆମେ ଦେଖିଛେ । ସୀମିତ ଓଭର ଫର୍ମାଟରେ, କୌଣସି ବୋଲର ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ରେ ୧୦ ୱିକେଟ୍ ନେବାର ସଫଳତା ପାଇନାହାଁନ୍ତି, କିନ୍ତୁ ୨୧ ବର୍ଷୀୟ ବ୍ରାଜିଲିୟ ଦ୍ରୁତ ବୋଲର ଲୌରା କାର୍ଡୋସୋ ଏପରି ସଫଳତା ହାସଲ କରିଛନ୍ତି । ସେ ଟି-୨୦ ଆନ୍ତର୍ଜାତୀୟରେ ଏକ ନୂତନ ଇତିହାସ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କାର୍ଡୋସୋ ଏବେ ପୁରୁଷ ଏବଂ ମହିଳା ଟି-୨୦ ଆନ୍ତର୍ଜାତୀୟ ଉଭୟରେ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇ ଛନ୍ତି ।

ବ୍ରାଜିଲ ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର ଲୌରା କାର୍ଡୋସୋ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ହ୍ୟାଟ୍ରିକ୍ ସହ ୯ଟି ୱିକେଟ୍ ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବୋଟ୍ସୱାନାରେ ଚାଲିଥିବା କାଲାହାରି ମହିଳା ଟିଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ଲିସୋଥୋ ବିପକ୍ଷ ଟିଟ୍ୱେଣ୍ଟିରେ ସେ ୩ ଓଭରରେ ୨ଟି ମେଡେନ ସହ ୪ରନ୍ ପ୍ରଦାନ କରି ମୋଟ ୯ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହି ମ୍ୟାଚ୍‌ରେ ବ୍ରାଜିଲ ପ୍ରଥମେ ବ୍ୟାଟିଂ କରି ୮/୨୦୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଲିସୋଥୋ ମାତ୍ର ୧୩ ରନ୍ ମଧ୍ୟରେ ଅଲଆଉଟ୍ ହୋଇଯାଇଥିଲା । ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ପୂର୍ବରୁ ଗୋଟିଏ ଇନିଂସ୍‌ରେ ସର୍ବାଧିକ ୱିକେଟ୍ ରେକର୍ଡ ଭୂଟାନର ପୁରୁଷ ଖେଳାଳି ସୋନମ ୟେଶେଙ୍କ ନାମରେ ରହିଥିଲା । ଗତ ବର୍ଷ ମ୍ୟାଁମାର ବିପକ୍ଷ ମ୍ୟାଚ୍‌ରେ ସେ ୭ରନ୍ ପ୍ରଦାନ କରି ୮ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମହିଳା କ୍ରିକେଟରଙ୍କ ମଧ୍ୟରେ ଇଣ୍ଡୋନେସିଆ ଅଫ୍ ସ୍ପିନର ରୋହମାଲିଆ ମଙ୍ଗୋଲିଆ ବିପକ୍ଷ (୨୦୨୪) ଏକ ମ୍ୟାଚ୍‌ରେ କୌଣସି ରନ୍ ନଦେଇ ୭ଟି ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ଦିଲ୍ଲୀକୁ ହରାଇବା ପରେ ଗିଲ୍ଙ୍କ ଉପରେ ଜରିମାନା, IPLରୁ ହେବେ ବ୍ୟାନ୍ ?  

ପୂର୍ବରୁ ବି ଚର୍ଚ୍ଚାକୁ ଆସିଥିଲେ ଲୌରା-  ବ୍ରାଜିଲର ୨୧ ବର୍ଷୀୟ ଦ୍ରୁତ ବୋଲର ଲୌରା କାର୍ଡୋସୋଙ୍କ ବିଷୟରେ କହିବାକୁ ଗଲେ, ସେ ଲେସୋଥୋ ବିପକ୍ଷ ମ୍ୟାଚ୍‌ରେ କ୍ରମାଗତ ୫ ବଲ୍‌ରେ ୫ଟି ୱିକେଟ୍ ନେଇଥିଲେ। ଲୌରା କାର୍ଡୋସୋ ପୂର୍ବରୁ ତାଙ୍କ ବୋଲିଂ ପାଇଁ ଶିରୋନାମାରେ ସ୍ଥାନ ପାଇଛନ୍ତି । ୨୦୨୧ ମସିହାରେ ମାତ୍ର ୧୬ ବର୍ଷ ବୟସରେ ବ୍ରାଜିଲ ପାଇଁ ଖେଳୁଥିବା ସମୟରେ ଏକ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ନେଇଥିଲେ  । ସେ ତାଙ୍କ ବୋଲିଂ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି ।