ବାଉଁଶୁଣୀ, ୧୩/୭  : ବୌଦ୍ଧ ବ୍ଲକ ମନୁପାଲି ନିକଟରେ ଜଳ ସେଚନ ବିଭାଗ ପକ୍ଷରୁ ବାଘ କେନାଲର ଗାର୍ଡ ୱାଲ ପଙ୍କୋଦ୍ଧାର କାର୍ଯ୍ୟ ଜେସିବି ଲଗାଇ ଚାଲିଥିଲା। ଏହି ସମୟରେ  କେନାଲର କଂକ୍ରିଟ ଗାର୍ଡ ୱାଲ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ଫଳରେ ଉକ୍ତ କେନାଲ ଉପରେ ନିର୍ଭରଶୀଳ ଚାଷୀ ମାନେ ପ୍ରତିବାଦ କରିବା ସହିତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।  ଜେସିବିରେ ପଙ୍କୋଦ୍ଧାର କାର୍ଯ୍ୟ ବିଭାଗ ବନ୍ଦ ରଖିଛି l 

ଚାଷୀଙ୍କ ଅଭିଯୋଗ ଅନୁଯାୟୀ କିଛି ବର୍ଷ ତଳେ ନିର୍ମିତ ଗାର୍ଡ ୱାଲ କାମ ହୋଇଥିବା ବେଳେ ଶ୍ରମିକ ଦ୍ବାରା କାର୍ଯ୍ୟ କରାନଯାଇ ଜଳ ସେଚନ ବିଭାଗ ଜେସିବି ସାହାଯ୍ୟରେ କାମ କରିବା ଫଳରେ କଂକ୍ରିଟ ଗାର୍ଡ ୱାଲ ଭାଙ୍ଗି କେନାଲ ଭିତରେ ଓ ହୁଡ଼ାରେ ପକାଇ ଦିଆଯାଇଛି l ଏ ଘଟଣା ଦେଖିବା ପରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା l