ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ନାବାଳିକା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣଙ୍କୁ ଆଶ୍ବସ୍ତି, କ୍ଲୋଜର ରିପୋର୍ଟକୁ କୋର୍ଟଙ୍କ ମଞ୍ଜୁରି

Published By : Tapas Panda | May 26, 2025 9:56 PM

Image Courtesy: indiatv

ନୂଆଦିଲ୍ଲୀ: ନାବାଳିକା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଥିବା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ସୋମବାର କୋର୍ଟ ଦିଲ୍ଲୀ ପୋଲିସର କ୍ଲୋଜର୍ ରିପୋର୍ଟକୁ ସ୍ୱୀକାର କରିଛନ୍ତି । ଏଥିରେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ମାମଲାକୁ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା । ଏହି ରିପୋର୍ଟରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ନାବାଳିକା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ । ତେବେ ପୂର୍ବତନ ସାଂସଦ ଲଗାତାର ଏହି ଅଭିଯୋଗକୁ ଖଣ୍ଡନ କରିଆସିଥିଲେ ।

ବ୍ରିଜଭୂଷଣଙ୍କ ମାମଲାରେ ରାୟ ଶୁଣାଇ ଅତିରିକ୍ତ ସେସନ୍ ଜଜ୍ ଗୋମତୀ ମନୋଚା କହିଛନ୍ତି, 'ରଦ୍ଦ ଆବେଦନକୁ ସ୍ୱୀକାର କରାଯାଇଛି ।' ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଅଗଷ୍ଟ ୧ରେ ଆୟୋଜିତ ଇନ୍-ଚାମ୍ୱର ଶୁଣାଣି ବେଳେ ଜଜଙ୍କୁ ନାବାଳିକା ଜଣଙ୍କ କହିଥିଲା ଯେ, ଏହି ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତରେ ସନ୍ତୁଷ୍ଟ ଅଛି ଓ କ୍ଲୋଜର୍ ରିପୋର୍ଟର ବିରୋଧ କରୁ ନାହିଁ ।

ଦିଲ୍ଲୀ ପୋଲିସ ୨୦୨୩ ଜୁନ୍ ୧୫ରେ ନାବାଳିକା ସହ ଜଡ଼ିତ ମାମଲାକୁ ରଦ୍ଦ କରିବା ରିପୋର୍ଟ ଦାଖଲ କରିଥିଲା । ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପୋକ୍ସୋ ଅଧିନିୟମରେ ମାମଲା ଫେରାଇ ନେବା ପାଇଁ ପୋଲିସ ସୁପାରିଶ କରିଥିଲା, କିନ୍ତୁ ଛଅ ମହିଳା କୁସ୍ତିଯୋଦ୍ଧା ଦ୍ୱାରା ରୁଜୁ ଏକ ଅଲଗା ମାମଲାରେ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଓ ପିଛା କରିବା ଅଭିଯୋଗ କରାଯାଇଥିଲା । ନାବାଳିକା କୁସ୍ତିଯୋଦ୍ଧାଙ୍କ ସହ ଜଡ଼ିତ ମାମଲାରେ କୌଣସି ପ୍ରମାଣ ମିଳିନଥିବା କହି ଏହାକୁ ରଦ୍ଦ ପାଇଁ ପୋଲିସ ସୁପାରିଶ କରିଥିଲା ।

ସୂଚନାଯୋଗ୍ୟ, ଅଲିମ୍ପିଆନ୍ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମାଲିକ ବ୍ରିଜଭୂଷଣଙ୍କ ଉପରେ କନିଷ୍ଠ କୁସ୍ତିଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ଆଣି ଜନ୍ତର ମନ୍ତରରେ ଦୀର୍ଘ ଦିନ ଧରି ପ୍ରତିବାଦ କରିଥିଲେ। ଏହି ମାମଲାରେ ଏକ ଏଫଆଇଆର ରୁଜୁ ହୋଇଥିଲା ଏବଂ ପୂର୍ବତନ ବିଜେପି ସାଂସଦ ଏହି ମାମଲାରେ ବିଚାରର ସମ୍ମୁଖୀନ ହେଉଥିଲେ। ବ୍ରିଜଭୂଷଣ ସବୁବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଆସିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.