ଲଣ୍ଡନ,୧୭/୦୬: ବ୍ଲେଜ୍‌ ମେଟ୍ରେୱେଲି(୪୭) ପ୍ରଥମ ମହିଳା ଭାବେ ବ୍ରିଟେନ ଇଣ୍ଟେଲିଜେନ୍ସ ସର୍ଭିସ୍‌ ଏମ୍‌ଆଇ ୬ ମୁଖ୍ୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଏର  ଷ୍ଟାର୍ମର ତାଙ୍କ ନିଯୁକ୍ତି ବାବଦରେ ଘୋଷଣା କରିଛନ୍ତି ।  ୧୯୦୯ରେ ବ୍ରିଟେନ ପ୍ରତିଷ୍ଠା ହେବା ପରଠାରୁ ଦେଶର ୧୧୬ ବର୍ଷ ଇତିହାସରେ ପ୍ରଥମ କରି ଜଣେ ମହିଳା ଏହି  ଗୁରୁଦାୟିତ୍ୱ ତୁଲାଇବେ । 

ଚଳିତ ବର୍ଷ ଡିସେମ୍ବରରେ  ସେ ଆର୍‌ ରିଚାର୍ଡ ମୁର୍‌ଙ୍କ ସ୍ଥାନ ନେବେ । ପ୍ରଧାନମନ୍ତ୍ରୀ  ଷ୍ଟାର୍ମର ଏହି ନିଯୁକ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏମ୍‌ଆଇ୬ର ମୁଖ୍ୟଙ୍କୁ ସାଧାରଣତଃ ‘ସି’ କୁହାଯାଏ ।  ୧୯୯୯ରେ ମେଟ୍ରେୱେଲି ଏମ୍‌ଆଇ୬ରେ ସାମିଲ  ହୋଇଥିଲେ । ଏବେ ସେ ‘କ୍ୟୁ’ ଭାବେ ଟେକ୍ନେଲୋଜି  ଏବଂ ଇନୋଭେସନ ବିଭାଗର ନିର୍ଦ୍ଦେଶକ ରହିଛନ୍ତି । ଏହା ପୂର୍ବରୁ ସେ ବ୍ରିଟେନର ଆଭ୍ୟନ୍ତରୀଣ ସିକ୍ୟୁରିଟି  ଏଜେନ୍ସି ଏମ୍‌ଆଇ୫ରେ ନିର୍ଦ୍ଦେଶକ ସ୍ତରରେ କାମ  କରିଛନ୍ତି । ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କ ନାଁ ହିଁ କେବଳ  ସର୍ବସାଧାରଣରେ ପ୍ରକାଶ କରାଯାଇଥାଏ । ଏମ୍‌ଆଇ୬  ମୁଖ୍ୟ ବିଦେଶ ସଚିବଙ୍କୁ ରିପୋର୍ଟ କରିଥାନ୍ତି ।