ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡ୍ୟାନ୍ସ କ୍ଲାସରେ ପଶି ୩ ଶିଶୁଙ୍କୁ ଛୁରି ଭୁସି ହତ୍ୟା ମାମଲା, ହତ୍ୟାକାରୀକୁ ୫୨ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya | January 25, 2025 10:23 AM

ଲଣ୍ଡନ,୨୫/୦୧: ବ୍ରିଟେନର ଲିଭରପୁଲ ଠାରେ ଏକ ଡ୍ୟାନ୍ସ କ୍ଲାସରେ ବଳପୂର୍ବକ ପ୍ରବେଶ କରି ୩ ଜଣ  ଶିଶୁଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ କୋର୍ଟ ୫୨ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ  ଅକ୍ସଲ ରୁଦାକୁବାନା (୧୮)  ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ସମେତ ମୋଟ ୧୦ଟି  ଧାରାରେ ବିଚାର କରାଯାଇଥିଲା ।  

ରାୟ ପ୍ରକାଶ କରିବା ବେଳେ  ବିଚାରପତି ଜୁଲିଅନ ଜୁଜ୍‌ ଏହାକୁ  ସର୍ବାଧିକ ଗମ୍ଭୀର ମାମଲା ବୋଲି  କହିଥିଲେ । ସେ କହିଥିଲେ ଅଭିଯୁକ୍ତ ଅକ୍ସଲ ଉକ୍ତ କ୍ଲାସରେ  ଶିଶୁଙ୍କ ଗଣହତ୍ୟା କରିବାକୁ ଚାହିଁଥିଲା । ତେଣୁ ଜେଲ୍‌ରେ  ୬ମାସ ସଜ୍ଜା କାଟି ସାରିଥିଲେ ମଧ୍ୟ ଦୋଷୀ ଅକ୍ସଲକୁ ୫୨  ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ହେବ । ଗତବର୍ଷ ଜୁଲାଇ  ୨୯ରେ ଲିଭରପୁଲ ସାଉଥପୋର୍ଟରେ ଏହି ହତ୍ୟାକାଣ୍ଡ  ଘଟିଥିଲା । ଏଥିରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା  ବେଳେ ଅନ୍ୟ ୧୨ ଜଣ ଆହତ ହୋଇଥିଲେ । ସମସ୍ତ  ମୃତାହତ ଶିଶୁଙ୍କ ବୟସ ୬ରୁ୯ ବର୍ଷ ମଧ୍ୟରେ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.