ବଣାଇ,୨୬।୮ : ତାମଡା ପଂଚାୟତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ  ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ଭାଇ ଜଣକ ହେଲେ ଏଭମ ଲାକ୍ରା (୬) ଏବଂ  ଭଉଣୀ ଏଭଲିନା  ଲାକ୍ରା (୭)।

ସୋମବାର ରାତିରେ ଭାଇ-ଭଉଣୀ ଘରେ  ଶୋଇଥିବା ସମୟରେ ଏକ ସାପ  ଉଭୟଙ୍କୁ କାମୁଡ଼ି ଦେଇଥିଲା । ଘର ଲୋକ ଏହା ଜାଣିପାରି ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ  ଡାକ୍ତର  ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚାନ୍ଦିପୋଷ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।