ପାଟଣାଗଡ଼,ଖପ୍ରାଖୋଲ,୨୧/୧୧ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ସାହାଜପାଣି ଗାଁର ନିଜ ବଡ଼ ଭାଇ ଖିରଧର ମେହେରଙ୍କ ପତ୍ନୀ ସୂର୍ଯ୍ୟବନ୍ତୀ ମେହେରଙ୍କୁ ତାଙ୍କ ଦିଅର ଛୁରୀ ଭୁଷି ହତ୍ୟା କରି ଆଜକୁ ୫ ବର୍ଷ ପୂର୍ବେ ଫେରାର ହୋଇ ବେଙ୍ଗାଲୁରରେରେ ଛପି ରହିଥିଲା। ଫେରାର ଅଭିଯୁକ୍ତ ଅନିଲ ମେହେର (୨୮) ଙ୍କୁ ଲାଠୋର ଥାନା ଅଧିକାରୀ ରମାକାନ୍ତ ସାହୁ ବେଙ୍ଗାଲୁରରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଯେ, ୨୦୨୧ ଅଗଷ୍ଟ ୪ ତାରିଖ ଦିନ ସନ୍ଧ୍ୟା ସମୟରେ ସ୍ବାମୀ ଖିରଧର କୌଣସି ଏକ କାମରେ ନିକଟସ୍ଥ ମାଲପଡା ଗାଁକୁ ଯାଇଥିଲେ। ସନ୍ଧ୍ୟା ୬ ଘଣ୍ଟା ସମୟରେ ତାଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ଘର ସମ୍ମୁଖରେ ଏକ ଚୌକିରେ ବସିଥିଲେ। ଏହି ସମୟରେ ଅଭିଯୁକ୍ତ ଦିଅର ଅନିଲ ପୂର୍ବରୁ ହୋଇଥିବା ବଚସାକୁ ନେଇ ସୂର୍ଯ୍ୟକାନ୍ତି ଙ୍କ ପେଟ ଓ ଛାତିରେ ଛୁରୀ ଭୁଷିବା ସହ ବାମ ହାତ ଶିରାକୁ କାଟିଦେଇଥିଲା। ପଡୋଶୀଙ୍କ ଠାରୁ ଘଟଣା ସମ୍ପର୍କରେ ଖବର ପାଇଁ ଖିରଧର ଘରେ ପହଞ୍ଚିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡୋଶୀଙ୍କ ସହାୟତାରେ ପାଟଣାଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ସେହି ଦିନ ଠାରୁ ଫେରାର ଅଭିଯୁକ୍ତ ବେଙ୍ଗାଲୁରେରେ ଛପି ରହିଥିଲା। ଖିରଧରଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରଖିଥିଲା।