କୋଣାର୍କ,୧୪।୮(ଆପ୍ର ) : କୋଣାର୍କ ସୂର୍ଯ୍ୟମନ୍ଦିର ନିକଟସ୍ଥ ଆଇବି ଛକ ନିକଟରେ ଅବକାରୀ ପୁଲିସ ଚଢାଉ କରି ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଳରାମ ନାୟକ।
କୋଣାର୍କ ଅବକାରୀ ଥାନା ଅଧିକାରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟସ୍ଥ ଆଇବି ଛକ ନିକଟରେ ଚଢାଉ କରି ବଳରାମ ନାୟକଙ୍କ ନିକଟରୁ ୬୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୬ ଲକ୍ଷ ୭୦ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ । ବଳରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ ,ସେକ ୱାରିସ ପ୍ରମୁଖ ସାମିଲ ହୋଇଥିଲେ।