ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ

Published By : Harapriya Sethi | April 21, 2025 12:22 PM

ଭୁବନେଶ୍ୱର, ୨୧/୦୪: ଢେଙ୍କାନାଳରେ ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ । ଦୁବୃର୍ତ୍ତ ମାନେ ଜଣଙ୍କୁ ଗୁଳି ମାଡ଼ କରିଥିବା ସହିତ ମୁଣ୍ଡକୁ ଛେଚି ଅତି ଜଘନ୍ୟ ଭାବେ କରିଛନ୍ତି ହତ୍ୟା । ମୃତକ ହେଉଛନ୍ତି ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ । ହତ୍ୟାକାଣ୍ଡ ଘଟାଇ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଏଭଳି ହତ୍ୟାକାଣ୍ଡ ଘଟିଛି । 

ସୂଚନା ମୁତାବକ, କାରିଗର ସାହି ବାସିନ୍ଦା ଟିଟନ ରବିବାର ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ । ଟିଟନଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଖସି ପଡ଼ିଥିଲେ । ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡି ଆସିଥିଲେ । ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁବୃର୍ତ୍ତ ମାନେ ତାଙ୍କୁ ସେଠାରୁ ଘୋଷାଡି ନେଇଥିଲେ । ତାଙ୍କୁ ଘୋଷାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ପଥର ଛେଚି ହତ୍ୟା କରିଥିଲେ । ଏହା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ବାଲି ଘାଟ ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କାରଣ ଗୋଟିଏ ମାସ ପୂର୍ବରୁ ଟିଟନଙ୍କୁ ଆକ୍ରମଣ କରି ଦୁବୃର୍ତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ମଧ୍ୟ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.