ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦେଶର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିବ ବଜେଟ : ମୁଖ୍ୟମନ୍ତ୍ରୀ

Published By : Suraj Kumar | February 1, 2025 9:21 PM

ଭୁବନେଶ୍ବର, ୧।୨ : ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । ଚାଷୀ, ଦିନ ମଜୁରିଆ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟରେ କିଛି ନା କିଛି ଭଲ ଖବର ଅଛି । ବଜେଟର ଆକାର ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି, ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ । ଲୋକାଭିମୁଖୀ, ଲୋକକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ  ବଜେଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି ।  ଆୟକର ଦାତାଙ୍କ ପାଇଁ ୧୨ ଲକ୍ଷ ଟଙ୍କା ଅର୍ଥାତ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏହା ଦ୍ଵାରା ସେମାନେ ଅତି କମରେ ପ୍ରାୟ ୮୦ ହଜାର ଟଙ୍କା ସଞ୍ଚୟ କରିବେ ଯାହା ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ କରିବ । ଏହା ହେଉଛି ପ୍ରକୃତରେ ମୋଦୀ ଗ୍ୟାରେଣ୍ଟି ।  

ଏଥର ବଜେଟରେ ୧୦୦ ଟି ଜିଲ୍ଲାରେ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ  ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ ‘ଧନଧାନ୍ୟ କୃଷି ଯୋଜନା’ ପ୍ରସ୍ତାବିତ କରାଯାଇଛି, ଯାହା ଚାଷୀଙ୍କ ଆୟ  ବୃଦ୍ଧି କରିବା ପାଇଁ ସହାୟକ ହେବ । ଏହି ନୂତନ ଯୋଜନାରେ ଦେଶର ୧ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେବେ । ପରିବର୍ତ୍ତିତ ସୁଧ ରିହାତି ଯୋଜନା (Interest Subvention Scheme) ଅଧୀନରେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଋଣ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା ଚାଷୀମାନଙ୍କୁ ଆବଶ୍ୟକୀୟ ନଗଦ ରାଶି ଯୋଗାଇବାରେ ସହାୟକ ହେବ ।  

ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ରେକର୍ଡ ୧୫ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ  ପ୍ରାବଧାନ କରାଯାଇଛି । ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୪ ହଜାର ୮୩୨ କୋଟି ଟଙ୍କା ପ୍ରାବଧାନ କରାଯାଇଛି, ଯାହା ଚଳିତ ବର୍ଷ ପାଇଁ ୩୨ ହଜାର ୪୨୬ କୋଟି ଟଙ୍କା ଥିଲା । ଏହି ବର୍ଦ୍ଧିତ ପ୍ରାବଧାନର ଲାଭ ଓଡିଶା ମଧ୍ୟ ପାଇବ ଏବଂ ଆସନ୍ତା ବର୍ଷ ଆମେ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇଦେବୁ । 

ଜଳ ଜୀବନ ମିଶନ ଯୋଜନାରେ ରେକର୍ଡ ୬୭ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ଚଳିତ ବଜେଟରେ ୨୨ ହଜାର ୬୯୪ କୋଟି ଟଙ୍କା ଥିଲା । ଏହା ଦ୍ଵାରା ଆମ ସରକାରଙ୍କ ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟର ସବୁ ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.