ଭୁବନେଶ୍ବର, ୧।୨ : ବଜେଟ ୨୦୨୬ ଭାରତ ବର୍ଷକୁ ନୂଆ ଦିଗଦର୍ଶନ ଏବଂ ମାର୍ଗଦର୍ଶନ ଦେବ । ବିକଶିତ ଭାରତ ପାଇଁ ଏକ ମୁଲଦୁଆ ପକାଇବ ଏହି ବଜେଟ । ଯେତେ ଵି ପ୍ରଶଂସା କଲେ ଵି ବଜେଟ ପାଇଁ କମ ହେବ । ଯୁବ ସମାଜ, ମହିଳା, କୃଷକ ଏବଂ ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ବଜେଟ ।ଏହା ଏକ ଭିଜିନାରୀ ଡକ୍ୟୁମେଣ୍ଟ । ଭାରତକୁ ବିଶ୍ୱଗୁରୁରେ ପରିଣତ କରିବ । ଏଥିରେ ଓଡିଶା ପାଇଁ ଯେଉଁ ଯେଉଁ ସମ୍ଭାବନା ଅଛି, ତାକୁ ରାଜ୍ୟ ସରକାର ସୁ ବିନିଯୋଗ କରିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ସମୃଦ୍ଧ ରାଜ୍ୟଗୁଡ଼ିକରେ ସମର୍ପିତ ବିରଳ ପୃଥିବୀ କରିଡର ଓଡିଶା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ । ଏଥିରେ କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ସହିତ ଓଡ଼ିଶା ମଧ୍ୟ ଲାଭାର୍ଥୀ ହେବ । ଓଡ଼ିଶାରେ ଜାତୀୟ ଜଳପଥ-୫ ସହିତ ଆରମ୍ଭ ହେବ ।ଏହି ଜଳପଥ ତାଳଚେର ଏବଂ ଅନୁଗୁଳ ଭଳି ଖଣିଜ ସମୃଦ୍ଧ ଅଞ୍ଚଳକୁ କଳିଙ୍ଗ ନଗର ଭଳି ଶିଳ୍ପ କେନ୍ଦ୍ର ସହିତ ସଂଯୋଗ କରିବ ଏବଂ ସେଗୁଡ଼ିକୁ ପାରାଦୀପ ଏବଂ ଧାମରା ବନ୍ଦର ସହିତ ସଂଯୋଗ କରିବ । ପ୍ରତିରକ୍ଷା ବିଭାଗକୁ ସଶକ୍ତ କରାଯାଇଛି, ସ୍ୱାସ୍ଥ୍ୟ ପାଇଁ, ଶିକ୍ଷା କ୍ଷେତ୍ର, କୃଷି କ୍ଷେତ୍ର, ଗ୍ରାମୀଣ ବିକାଶ, ଶକ୍ତି କ୍ଷେତ୍ର, ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର କମାଇବା ପାଇଁ ବଜେଟ ଉଦ୍ଧିଷ୍ଟ । ଗୋଟେ ଵି ଯୋଜନା କେନ୍ଦ୍ର ସରକାର ବନ୍ଦ କରି ନାହାନ୍ତି । ବାଇଓ ଫାର୍ମା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇ ତିନୋଟି ଆୟୁର୍ବେଦିକ ଅନୁଷ୍ଠାନ କରିବା ପାଇଁ ଘୋଷଣା ହୋଇଛି । ଔଷଧ ଉତ୍ପାଦନରେ ତୃତୀୟ ଦେଶ ଅଛୁ। ବଜେଟ ଫଳରେ ଆମେ ଏକ ନମ୍ବର ହୋଇପାରିବୁ। ଦେଶର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ମନମୋହନ କହିଛନ୍ତି।

ଆହୁରି ପଢନ୍ତୁ : ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ , ୧୮୪୮SHG ପାଇଁ ୧୨୬କୋଟିର ସୁଧ-ମୁକ୍ତ ଋଣ ବ୍ୟବସ୍ଥା