ଝରିଗାଁ ୨୦/୧୨ : ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିଆଡୁସି ଗ୍ରାମର ଜଣେ ବୃଦ୍ଧା ମଇଁଷି ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି।ସୂଚନା ପ୍ରକାରେ ମାଣ୍ଡିଆଡୁସି ଗ୍ରାମର ଫୁଲମେ ସାନ୍ତା(୬୫) ଆଜି ସକାଳୁ ମକା ଜମିରେ ମକା ଭାଙ୍ଗିବା ପାଇଁ ଯାଇଥିଲେ । ଦ୍ଵିପ୍ରହର ପ୍ରାୟ ୨ ଘଣ୍ଟା ସମୟରେ ମକାବାଡ଼ିରେ ଥିବା ଅସ୍ଥାୟୀ ଚାଳିଆ ଘରେ ଖାଇବା ପାଇଁ ଯିବା ସମୟରେ ମକା ବାଡ଼ିରେ ଥିବା ଏକ ମଇଁଷି ହଠାତ ସିଙ୍ଘରେ ତାଙ୍କ ପେଟକୁ ଭୁସି ଦେଇଥିଲା । ଫଳରେ ବୃଦ୍ଧାଙ୍କ ପଟରୁ ଅନ୍ତ ବୁଜୁଲା ବାହାରି ପଡିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ତୁରନ୍ତ ଅଟୋ ଯୋଗେ ଗୁରୁତର ଅବସ୍ଥାରେ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।