ଭଦ୍ରକ,୨୮/୮ : ୫୦ଫୁଟ ପାଣି ଟାଙ୍କି ଉପରକୁ ଉଠି ପ୍ରଶାସନକୁ ନାକେଦମ କଲା ଷଣ୍ଢ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ଅଧିନ ତଳବନ୍ଧ ଗାଁରେ ଏମିତି ଘଟଣା ଦେଖିବା ପାଇଁ ମିଳିଛି ।
ସୂଚନା ଅନୁସାରେ, ଆଜି ଦିନ ସମୟରେ ପାଣି ଟାଙ୍କୀର ପାହାଚ ଦେଇ ଷଣ୍ଢଟି ଉପରକୁ ଉଠି ଯାଇଥିଲା । ଯାହାକୁ ଦେଖି ଗ୍ରାମବାସୀ ପ୍ରଶାସନକୁ ଖବର ଦେଇଥିଲେ । ୫୦ଫୁଟ ପାଣି ଟାଙ୍କୀ ଉପରକୁ ଚଢ଼ିଥିବା ଷଣ୍ଢକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ତିହିଡି ପ୍ରାଣୀ ସମ୍ପଦ ଅଧିକାରୀ ଉପସ୍ଥିତଥିଲେ। ସୂର୍ଯ୍ୟାସ୍ତ ପରେ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଉପରୁ ତଳକୁ ଆଣିବା ପରେ ପଶୁ ଚିକିତ୍ସକ ଚିକିତ୍ସା କରିଛନ୍ତି।